ରାଜସ୍ୱ ଆଦାୟରେ ରେକର୍ଡ କଲା ନନ୍ଦନକାନନ, ଗୋଟିଏ ବର୍ଷରେ ୨୫ କୋଟି ଟଙ୍କା ପୈଠ

ଭୁବନେଶ୍ୱର: ରାଜସ୍ୱ ଆଦାୟରେ ରେକର୍ଡ କଲା ନନ୍ଦନକାନନ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ରେକର୍ଡ କରିବାରେ ସଫଳ ହୋଇଛି ନନ୍ଦନକାନନ ।

୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୨୫.୩୭ କୋଟି ରାଜସ୍ୱ ଆଦାୟ କରିଛି ନନ୍ଦନକାନନ । ମୋଟ ୩୯,୫୨,୦୯୭ ପର୍ଯ୍ୟଟକଙ୍କଠାରୁ ଏହି ରାଜସ୍ୱ ଆଦାୟ ହୋଇଥିବା ସୂଚନା ।

ବିଶେଷ କରି ଶୀତଦିନେ ବାହାର ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଲୋକ ନନ୍ଦନକାନନ ବୁଲିବାକୁ ଆସିଥାନ୍ତି । ଓଡ଼ିଶା ବୁଲିବାକୁ ଆସୁଥିବା ଲୋକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସି ବୁଲିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।