ନବୀନଙ୍କୁ ଫୋନ୍ କଲେ ମୋଦୀ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଲେ ପ୍ରଧାନମନ୍ତ୍ରୀ

ନବୀନଙ୍କ ପାଖକୁ ଫୋନ୍ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦୀ। ଫୋନ୍ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ। ଯେହେତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଏତେଟା ଭଲ ନାହିଁ। ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଫୋନ୍ କରି ବୁଝିଛନ୍ତି ମୋଦୀ।

ତାସହ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କିଛି ଦିନ ବିଶ୍ରାମ ନେବାକୁ ନବୀନଙ୍କୁ ପୁରାମର୍ଶ ଦେଇଛନ୍ତି। ସଂପୂର୍ଣ୍ଣ ଆରୋଗ୍ୟ ପରେ ଦିଲ୍ଲୀ ଆସିଲେ ଭେଟିବାକୁ କହିଲେ ପ୍ରଧାନମନ୍ତ୍ରୀ।

ଯଦି ଦେଖିବା ଦୁଇ ଦିନ ତଳେ ହଠାତ୍ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।  ତେଣୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ନବୀନଙ୍କୁ ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା।

ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କର ଚିକିତ୍ସା ଚାଲିଥିଲା।  ଆଉ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା।  ପରେ ଅନେକ ନେତା ମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲକୁ ଯାଇଥିଲେ।

ଆଉ ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ପାଖକୁ ଫୋନ୍ କଲ୍ କରିଥିଲେ।  ଆଉ କଲ୍ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ କିପରି ରହିଛି ସେ ସମ୍ପର୍କରେ ବୁଝିଥିଲେ।