fbpx
BJD SKY
BJD SKY

Modi is the king of social media: କେଉଁ ଭାରତୀୟ ରାଜନେତାଙ୍କର ସୋସିଆଲ ମିଡ଼ିଆରେ କେତେ ଫଲୋଅର୍ସ

BJD

ନୂଆଦିଲ୍ଲୀ: କେଉଁ ଭାରତୀୟ ରାଜନେତାଙ୍କର ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ବା ୟୁଟ୍ୟୁବ ପରି ସୋସିଆଲ ମିଡ଼ିଆରେ ସର୍ବାଧିକ ଫଲୋଅର୍ସ ରହିଛନ୍ତି? ଏହି ଉତ୍ତର ପାଇଁ କୌଣସି ପୁରସ୍କାର ପ୍ରଦାନ କରାଯିବ ନାହିଁ । ଏହି ସହଜ ପ୍ରଶ୍ନର ଉତ୍ତର ହେଉଛି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସମୟରେ ମୋଦୀ ହେଉଛନ୍ତି ସୋସିଆଲ ମିଡ଼ିଆରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ବିଶ୍ୱନେତା । ପୃଥିବୀ ଗହରେ ରହିଥିବା ସମସ୍ତ ସରକାରର ମୁଖ୍ୟ ବା ରାଜ୍ୟର ମୁଖ୍ୟଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀଙ୍କର ସବୁଠାରୁ ଅଧିକ ଫଲୋଅର୍ସ ରହିଛନ୍ତି ।

ଏଥିପାଇଁ ଆମେ ଟ୍ୱିଟର ବା ଏକ୍ସ’ର ଉଦାହରଣ ନେଇ ପାରିବା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ଟ୍ୱିଟରରେ ମାତ୍ର ୩.୭ କୋଟି ଫଲୋଅର୍ସ ରହିଛନ୍ତି । ମାତ୍ର ଭାରତର ପ୍ରଧାନମନ୍ତ୍ରୀ ମୋଦୀ ୯.୦୮ କୋଟିରୁ ଅଧିକ ଫଲୋଅର୍ସ ସହ ଆଗରେ ରହିଛନ୍ତି । ବର୍ତ୍ତମାନ ସଠିକ୍ ଉତ୍ତର ପାଇଁ ପୁରସ୍କାର ପ୍ରଦାନ କରାଯିବ । ପିଏମ୍ ମୋଦୀଙ୍କ ପରେ ଟ୍ୱିଟର ଫଲୋଅର୍ସ କ୍ଷେତ୍ରରେ କେଉଁ ଭାରତୀୟ ରାଜନେତା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନା, ସେ ରାହୁଲ ଗାନ୍ଧି ନୁହନ୍ତି ।

ସଠିକ ଉତ୍ତର ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ଶାହ, ଯାହାଙ୍କର ୩.୩ କୋଟି ଫଲୋଅର୍ସ ରହିଛନ୍ତି । ଏହାପରେ ତୃତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର (୨.୬ କୋଟି), ଚତୁର୍ଥ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର (୨.୫ କୋଟି) ଫଲୋଅର୍ସ ରହିଛନ୍ତି । ଏହାପରେ ପଞ୍ଚମ ସ୍ଥାନରେ ରହିଥିବା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ୨.୪ କୋଟି ଫଲୋଅର୍ସ ରହିଛନ୍ତି ।

ପିଏମ୍ ମୋଦୀ ଓ ରାହୁଲଙ୍କ ମଧ୍ୟରେ କେବଳ ଟ୍ୱିଟରରେ ଫଲୋଅର୍ସ ବ୍ୟବଧାନ ହେଉଛି ୭.୪ କୋଟି । ସେହିପରି ୟୁଟ୍ୟୁବ ଚାନେଲରେ ମୋଦୀଙ୍କର ୧.୬ କୋଟି ଫଲୋଅର୍ସ ରହିଥିବା ବେଳେ ରାହୁଲଙ୍କର ୨୬ ଲକ୍ଷ ଫଲୋଅର୍ସ ରହିଛନ୍ତି । ଇନଷ୍ଟାଗ୍ରାମରେ ମୋଦୀଙ୍କର ୭.୭ କୋଟି ଫଲୋଅର୍ସ ରହିଥିବା ବେଳେ ରାହୁଲଙ୍କର ୪୦ ଲକ୍ଷ ରହିଛନ୍ତି । ଫେସବୁକରେ ମୋଦୀଙ୍କର ୪.୮ କୋଟି ଫଲୋଅର୍ସ ରହିଥିବା ବେଳେ ରାହୁଲଙ୍କର ୬୬ ଲକ୍ଷ ରହିଛନ୍ତି । ସୋସିଆଲ ମିଡ଼ିଆ ଲୋକପ୍ରିୟତା କ୍ଷେତ୍ରରେ ରାହୁଲଙ୍କ ତୁଳନାରେ ମୋଦୀ ଜଣେ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି । ତେବେ ୟୁଟ୍ୟୁବରେ ମୋଦୀଙ୍କ ଅପେକ୍ଷା ରାହୁଲଙ୍କ ଭିଡିଓକୁ ବେଶି ଭ୍ୟୁଜ୍ ମିଳୁଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.