fbpx

ନରେନ୍ଦ୍ର ମୋଦୀଙ୍କ ଘର ହେବ କବ୍ଚା, ମଧ୍ୟପ୍ରଦେଶ କଂଗ୍ରେସ ନେତା ସଜ୍ଜନ ବର୍ମାଙ୍କ ଚାଞ୍ଚଲ୍ୟକର ବୟାନ

ଓଡିଶା ଭାସ୍କର: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ ବର୍ମା ଏବେ ବିବାଦରେ । ବିବାଦର କାରଣ ହେଉଛି ସେ ଦେଇଥିବା ବୟାନ । ବାଂଲାଦେଶ ଭଳି ଭାରତର ଲୋକେ ବି ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ କବ୍ଚା କରିନେବେ ବୋଲି ସଜ୍ଜନ କହିଛନ୍ତି । କଂଗ୍ରେସ ନେତା ସଜ୍ଜନ ଏହି ଟିପ୍ପଣୀ ସେହି ସମୟରେ କରିଥିଲେ ଯେଉଁ ସମୟରେ ହଜାର ହଜାର ପ୍ରଦର୍ଶନକାରୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ ।

ଇନ୍ଦୋର ନଗର ନିଗମ (ଆଇଏମସି)ରେ କଥିତ ଘୋଟାଲା ବିରୋଧରେ ପ୍ରଦର୍ଶନ ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସମୟରେ ସଜ୍ଜନ ଏହି ବୟାନ ଦେଇଛନ୍ତି । କହିରଖୁ, ଶେଖ ହସିନା ଓ ତାଙ୍କ ସରକାରଙ୍କ ବିଫଳ ରାଜନୈତିକ ପଦକ୍ଷେପ ପାଇଁ ଲୋକେ ତାଙ୍କ ବାସଭବନ ଘେରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟକୁ ଯାଇ ଭଙ୍ଗାରୁଜା କରିଥିଲେ । ଏହାକୁ ପାଥେୟ କରି କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମନେ ରଖିବା ଉଚିତ ଯେ, ଦିନେ ତାଙ୍କ ବାସଭବନ ମଧ୍ୟ ଘେରାଉ ହେବ ଓ ବାଂଲାଦେଶ ଭଳି ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖାଯିବ ।

Get real time updates directly on you device, subscribe now.