fbpx
BSKY
BJD YOUTH SKY
BJD MS SKY

ପିଏମ କିଷାନ କିସ୍ତି ପରେ କୃଷି ମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁସିରେ ନାଚି ଉଠିବେ ୧୪ କୋଟି ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରର ବିକାଶ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି । ଏହି କାରଣରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଯୁବକମାନଙ୍କୁ କୃଷି ପ୍ରତି ଆକର୍ଷିତ କରିବା ବିଷୟରେ କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଚାଷକୁ ଲାଭବାନ କରିବା ଏବଂ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେବେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦୀ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି ।

କୃଷକମାନଙ୍କ ପାଇଁ ସରକାର ଆରମ୍ଭ କରିଥିବା ଯୋଜନାଗୁଡିକ ମଧ୍ୟରେ ସବୁଠାରୁ ଉଚ୍ଚାଭିଳାଷୀ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା । ଏଥିରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଟଙ୍କା ୨,୦୦୦ ଟଙ୍କାର ତିନିଟି କିସ୍ତିରେ ଡିବିଟି ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି । ନିକଟରେ ଫେବୃଆରୀ ୨୭ ରେ ସରକାର ଚାଷୀଙ୍କ ଆକାଉଣ୍ଟରେ ପିଏମ କିଷାନର ୧୩ତମ କିସ୍ତି ଟଙ୍କା ଟ୍ରାନ୍ସଫର କରିଛନ୍ତି ।

ଶିଳ୍ପ ସଂସ୍ଥା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ର କନକ୍ଲେଭକୁ ସମ୍ବୋଧିତ କରି କୃଷି ମନ୍ତ୍ରୀ କହିଛନ୍ତି ଯେ, ‘ଭାରତୀୟ କୃଷିକୁ ଲାଭଦାୟକ କରିବା, ଚାଷୀଙ୍କ ଆୟ ବଢ଼ାଇବା ଏବଂ କୃଷି ଅର୍ଥନୀତିକୁ ମଜବୁତ କରିବା ପାଇଁ ନୂଆ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଏବଂ ବିକାଶ ଏବଂ ଶିଳ୍ପ ସହଯୋଗ ଆବଶ୍ୟକ । ସେ କୃଷିକ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ପିଏମ କିଷାନ ଯୋଜନା, ୧୦ ହଜାର କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ ଏବଂ ଏକ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠି ଛାଡ ଭଳି କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଗତ ୯ ବର୍ଷ ମଧ୍ୟରେ ମୋଦୀ ସରକାର ନେଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି ।

ତୋମର କହିଛନ୍ତି, ‘ଆମ ସମସ୍ତଙ୍କ ପାଇଁ କୃଷି ଏକ ପ୍ରାଥମିକ କ୍ଷେତ୍ର ।’ ସେ କହିଛନ୍ତି ଯେ ଏହି କ୍ଷେତ୍ରକୁ ଲାଭଦାୟକ କରିବା, କୃଷକଙ୍କ ସମୃଦ୍ଧତା ବୃଦ୍ଧି ଏବଂ କୃଷି ଅର୍ଥନୀତିକୁ ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଏବଂ ଶିଳ୍ପ ସହଯୋଗର ଆବଶ୍ୟକତା ରହିଛି ।’

Get real time updates directly on you device, subscribe now.