fbpx

ନାସା ଜାରି କଲା ଗାଲାକ୍ସିର ପ୍ରଥମ ରଙ୍ଗୀନ ଫଟୋ: ମିଳିବ ବ୍ରହ୍ମାଣ୍ଡ ସୃଷ୍ଟିର ଗୁପ୍ତ ରହସ୍ୟ

ନୂଆଦିଳ୍ଲୀ: ନାସା ସର୍ବଦା ମହାକାଶର କିଛି ନା କିଛି ଫଟୋ ଜାରି କରିଥାଏ । ଲୋକମାନେ ମଧ୍ୟ ମହାକାଶ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ନାସା ଜେମ୍ସ ୱେବ ଟେଲିସ୍କୋପ ଦ୍ୱାରା ବ୍ରହ୍ମାଣ୍ଡର ଏକ ରଙ୍ଗୀନ ଫଟୋ ଜାରି କରିଥିବା ଜଣା ପଡ଼ିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ଦ୍ୱାରା ଗାଲେକ୍ସିର ପୂର୍ବରୁ ଦେଖାଯାଇ ନଥିବା ଏକ ଫଟୋ ସେୟାର କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ରହ୍ମାଣ୍ଡର ଏହି ରଙ୍ଗୀନ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି । ଓଡ଼ିଶାର ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଟେଲିସ୍କୋପ ମାଧ୍ୟମରେ ଆସିଥିବା ଏହି ଫଟୋ ମାଧ୍ୟମରେ ଆମେ ବିଶ୍ୱ ସୃଷ୍ଟିର ଗୁପ୍ତ ରହସ୍ୟକୁ ଜାଣି ପାରିବା । ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟକୁ ଉନ୍ମୋଚନ କରିବାରେ ଏହି ଟେଲିସ୍କୋପ ସହାୟ ହେବ ।

ବୈଜ୍ଞାନିକମାନେ ଯେଉଁଭଳି ବ୍ରହ୍ମାଣ୍ଡ ଚିତ୍ର ଅନୁମାନ କରିଥିଲେ ଠିକ ସେହିପରି ବ୍ରହ୍ମାଣ୍ଡର ଚିତ୍ର ଆସିଥିବା ଜଣା ପଡ଼ିଛି । ତେବେ ଗତବର୍ଷ ଡିସେମ୍ବର ମାସରେ ଜେମ୍ସ ୱେବ ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଏହି ପ୍ରୋଜେକ୍ଟରେ ୟୁରୋପିଆନ ସ୍ପେସ ଏଜେନ୍ସି ଏବଂ କାନାଡ଼ା ସ୍ପେସ ଏଜେନ୍ସିର ସହଯୋଗ ରହିଥିଲା । ଟେଲିସ୍କୋପ ଦ୍ୱାରା ନିଆ ଯାଇଥିବା ଗାଲାକ୍ସିର ଏହି ରଙ୍ଗୀନ ଫଟୋକୁ ଦେଖିବା ପରେ ସ୍ପେସକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ଟ୍ୱିଟରରେ ଏହି ଫଟୋକୁ ସେୟାର କରିବା ସହ କହିଛନ୍ତି ଟେଲିସ୍କୋପ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ସ୍ୱତନ୍ତ୍ର ହେବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଏହା ଏକ ଐତିହାସିକ କ୍ଷଣ । ସେହିପରି ଆମେରିକା ସହିତ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଖୁସିର ଦିନ ।

ବୈଜ୍ଞାନିକ ମାନେ ଦେଇଥିବା ସୂଚନା ଅନୁସାରେ ଏହି ଟେଲିସ୍କୋପ ଗାଲାକ୍ସିର ସବୁଠାରୁ ଗଭୀର ଦୃଶ୍ୟର ଚିତ୍ର ଉତ୍ତୋଳନ କରିଛି । ତେବେ ଏହି ୱେବ ଟେଲିସ୍କୋପର ବୟସ ୧୦ ବର୍ଷ ହୋଇଥିଲେ ମଧ୍ୟ ବୈଜ୍ଞାନିକଙ୍କ ମତରେ ଏହା ୨୦ ବର୍ଷ ପର୍ଯ୍ୟନ୍ତ କାମ କରିବ । ମହାକାଶକୁ ପଠାଯାଇଥିବା ଟେଲିସ୍କୋପମାନଙ୍କ ମଧ୍ୟରେ ଜେମ୍ସ ୱେବ ଟେଲିସ୍କୋପ ସବୁଠାରୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଅଟେ । ନାସାର ଡିପ୍ଟି ଏଡମିନିଷ୍ଟ୍ରେଟର ପାମ ମେଲରାୟଙ୍କ ସୂଚନା ଅନୁସାରେ ନାସା କରିଥିବା ଏହି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ପର୍ଯ୍ୟାପ୍ତ ଇନ୍ଧନ ରହିଛି । ସେହିପରି ୱେବର ଡିପ୍ଟି ସିନିୟର ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଜୋନାଥନ ଗାର୍ଡନର ଏହି ଟେଲିସ୍କୋପ ଦ୍ୱାରା ଦୂରରେ ଥିବା ଅନେକ ଆକାଶଗଙ୍ଗାକୁ ମଧ୍ୟ ଖୋଜାଯାଇ ପାରିବ ବୋଲି କହିଛନ୍ତି ।

Get real time updates directly on you device, subscribe now.