CHARIDHAM

୫୦ ବର୍ଷ ପରେ ଚନ୍ଦ୍ରକୁ ମଣିଷ ପଠାଇବ ଆମେରିକା, ଯେଉଁଥିରେ ସାମିଲ ଅଛନ୍ତି ପ୍ରଥମ ମହିଳା

ନୂଆଦିଲ୍ଲୀ: ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ସୋମବାର ଚାରି ଜଣ କ୍ରୁ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ରକୁ ଏକ ମିଶନ ପଠାଇବା ନେଇ ନାସା ଘୋଷଣା କରିଛି। ପ୍ରଥମ ଥର ପାଇଁ ଏହି ଗ୍ରୁପ ରେ ଜଣେ ମହିଳା ଏବଂ ଜଣେ କଳା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୪ଶେଷରେ କେନେଡି ସ୍ପେସ୍ ସେଣ୍ଟରରୁ ଦଶ ଦିନିଆ ଆର୍ଟେମିସ୍ II ମିଶନରେ ଓରିଅନ୍ କ୍ୟାପସୁଲରେ ସମସ୍ତଙ୍କୁ ପଠାଯିବ। ସମସ୍ତ ସଦସ୍ୟ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିବେ। ଏହାର ଗୋଟିଏ ବର୍ଷ ପରେ ଦୁଇଜଣ କ୍ରୁ ସଦସ୍ୟ ଚନ୍ଦ୍ରରେ ଅବତରଣ କରାଯିବ ।

ଗତ ବର୍ଷ ଏହି କାର୍ଯ୍ୟକ୍ରମ ଅଧୀନରେ ମାନବବିହୀନ ଓରିଅନ୍ କ୍ୟାପସୁଲକୁ ଚନ୍ଦ୍ରକୁ ପଠାଯାଇଛି। ନାସା ପ୍ରଶାସକ ବିଲ୍ ନେଲସନ ମନୋନୀତ ସଦସ୍ୟମାନଙ୍କୁ ମାନବିକତାର କ୍ରୁ ସଦସ୍ୟ ବୋଲି ବର୍ଣ୍ଣନା କରିଛନ୍ତି।

ତେବେ ଏହି ଯାତ୍ରାରେ ରିଡ୍ ୱିସମାନ୍, ମିଶନ୍ କମାଣ୍ଡର, ଭିକ୍ଟର ଗ୍ଲୋଭର, ନୌସେନା ପାଇଲଟ୍ (ଆଫ୍ରିକୀୟ-ଆମେରିକୀୟ), ଖ୍ରୀଷ୍ଟିନା କୋଚ୍: ସର୍ବାଧିକ ସମୟ ମହାକାଶରେ ରହିଥିବା ମହିଳା, ଜେରେମି ହେନ୍ସନ୍: କାନାଡିୟ ଙ୍କୁ ଚନ୍ଦ୍ରକୁ ପଠାଇବ । ତେବେ ପ୍ରଥମ ଥର ପାଇଁ ଏହି ଗ୍ରୁପ ରେ ଜଣେ ଏକ କଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ସୂଚନାମୁତାବକ ଏହା ହେଉଛି ପ୍ରଥମ ଚନ୍ଦ୍ର ମିଶନ ଯେଉଁଥିରେ ଜଣେ ଅଣ-ଆମେରିକୀୟ ମଧ୍ୟ କ୍ରୁ ସଦସ୍ୟ ହେବେ। ଏହି କ୍ରୁରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ନାଗରିକ ଅଛନ୍ତି।  ନାସା ୧୯୬୮ ରୁ ୧୯୭୨ ପର୍ଯ୍ୟନ୍ତ ଆପୋଲୋ କାର୍ଯ୍ୟକ୍ରମ ଅଧୀନରେ ୨୪ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇଥିଲା। ସେଥିମଧ୍ୟରୁ ୧୨ ଜଣ ଚନ୍ଦ୍ରରେ ଅବତରଣ କରିଥିଲେ। ଆପୋଲୋ ୧୭ ଶେଷ ମିଶନ୍ ଥିଲା ।