fbpx

ନାସା ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ: ଚନ୍ଦ୍ରରେ ଦେଖାଗଲା ଏକ ରହସ୍ୟମୟୀ ଯାନ, ହାଇ ସ୍ପିଡରେ ଚକ୍କର ଲଗାଉଥିବା ବେଳେ ରେକର୍ଡ ହେଲା

ନୂଆଦିଲ୍ଲୀ: ଆମର ବିଶ୍ୱ ବ୍ରହ୍ମାଣ୍ଡ ଓ ମହାକାଶକୁ ନେଇ ବୈଜ୍ଞାନିକମାନେ ଅନେକ ସମୟରେ ବହୁ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥାନ୍ତି । ତେବେ ଏହା ମଧ୍ୟରେ ଆମେରିକାର ମହାକାଶ ସଂସ୍ଥା (ନାସା)ର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି । ବୈଜ୍ଞାନିକମାନେ ଚନ୍ଦ୍ରରେ ଏକ ରହସ୍ୟମୟୀ ଯାନକୁ ଦେଖିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ବସ୍ତୁକୁ କ୍ୟାମେରାରେ ରେକର୍ଡ କରାଯାଇଛି । ଉକ୍ତ ଯାନଟି ଚନ୍ଦ୍ରରେ କ’ଣ ପାଇଁ ଉଡ଼ୁଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନାସାର ଲୁନାର ରେକନାଇସାନ୍ସ ଅର୍ବିଟର (ଏଲଆରଓ) ଚନ୍ଦ୍ରରେ ଏହି ଫଟୋ ଉତ୍ତୋଳନ କରିଥିଲା । ସେହି ଅଜଣା ବସ୍ତୁଟି ଚନ୍ଦ୍ରରେ କ୍ରମାଗତ ଭାବେ ଚକ୍କର ଲଗାଉଥିଲା । ସେହି ସମୟରେ ଏକ ଅଜବ ଜିନିଷ ଦେଖିବାକୁ ମିଳିଥିଲା । ତାହା କୌଣସି ସର୍ଫବୋର୍ଡ ପରି ଥିଲା । ସର୍ଫବୋର୍ଡ ହେଉଛି ସେହି ବୋର୍ଡ ଯେଉଁଥିରେ ଛିଡ଼ା ହୋଇ ଲୋକମାନେ ସମୁଦ୍ରର ଲହରୀରେ ସବାରୀ କରିଥାନ୍ତି ।

ସେହି ଅଜଣା ବସ୍ତୁକୁ ଦେଖିବା ପରେ ପ୍ରଥମେ ଲାଗୁଥିଲା ତାହା କୌଣସି ୟୁଏଫଓ ବା ଏଲିଅନ । ତାହାକୁ ଦେଖି ନାସାର ବୈଜ୍ଞାନିକମାନେ ଚକିତ ହୋଇପଡ଼ିଥିଲେ । କାରଣ ଚନ୍ଦ୍ରର ଚାରିପାଖରେ କ୍ରମାଗତ ଭାବେ ଚକ୍କର ଲଗାଉଥିବା ଏକ ଲମ୍ବା ଆକାରର ବସ୍ତୁକୁ ନାସାର ବୈଜ୍ଞାନିକମାନେ କେବେ ଦେଖିନଥିଲେ । ଏହାପରେ ଏଲଆରଓର ଫଟୋକୁ ଯାଞ୍ଚ କରାଯାଇଥିଲା । ତା’ପରେ ମାର୍ଚ୍ଚ ୫ ଓ ୬ରେ ସେହି ବସ୍ତୁର ଆହୁରି ଫଟୋ ଉତ୍ତୋଳନ କରାଯାଇଥିଲା । ତେବେ ସେହି ରହସ୍ୟମୟୀ ବସ୍ତୁକୁ ଗଭୀର ଭାବେ ଅଧ୍ୟୟନ କରିବା ପରେ ତାହା ଦକ୍ଷିଣ କୋରିଆର ଲୁନାର ଅର୍ବିଟର ଦାନୁରୀ ବୋଲି ଜଣାପଡ଼ିଥିଲା ।

Get real time updates directly on you device, subscribe now.