ପ୍ରଥମ ଥର ପାଇଁ ମନୁଷ୍ୟଦ୍ୱାରା ନିର୍ମିତ କୌଣସି ବସ୍ତୁ ସୂର୍ଯ୍ୟକୁ ସ୍ପର୍ଶ କରିବା ସମ୍ଭବ ହୋଇପାରିଛି । ଯାହାକି କେବେ ଅସମ୍ଭବ ଲାଗୁଥିଲା । ବ୍ରହ୍ମାଣ୍ଡରେ ବହୁ ଗ୍ରହ ନକ୍ଷତ୍ର ରହିଛି କିନ୍ତୁ ସବୁ ଗ୍ରହ ନକ୍ଷତ୍ର ପାଖରେ ବୈଜ୍ଞାନିକ ପହଞ୍ଚି ପାରିନାହଁନ୍ତି ମନୁଷ୍ୟ ଦ୍ୱାରା ନିର୍ମିତ ବସ୍ତୁ ବା ମହାକାଶ ଯାନ ମଧ୍ୟ ପହଞ୍ଚିବା ସମ୍ବବ ହୁଏନାହିଁ । ସୌର ମଣ୍ଡଳରେ ଥିବା କିଛି ଗ୍ରହ ନିକଟରେ ପହଞ୍ଚିବା ସମ୍ଭବ ହୋଇଥିଲେବି ସୁର୍ଯ୍ୟଙ୍କ ଦୂରତା ଏବଂ ଏହାର ଚତୁଃପାଶ୍ୱର୍ର ତାପମାତ୍ରା ଯେଉଁ ପରିମାଣରେ ରହିଥାଏ । ଫଳର ସୂର୍ଯ୍ୟ ନିକଟରେ ପହଞ୍ଚିବା କିମ୍ବା କୌଣସି ଜିନିଷକୁ ପଠାଇବା କଦାପି ସମ୍ଭବ ହେଉନଥିଲା କିନ୍ତୁ ଏହା ବର୍ତମାନ ସମ୍ବବ ହୋଇପାରିଛି ।
‘ନ୍ୟାସନାଲ୍ ଏରୋନଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍’ (ନାସା) ଦ୍ୱାରା ପ୍ରେରିତ ଏକ ମହାକାଶଯାନ ସୂର୍ଯ୍ୟଙ୍କ ବାହ୍ୟ ବଳୟ ‘କୋରୋନା’କୁ ସ୍ପର୍ଶ କରିଛି । କେରୋନା ହେଉଛି ପ୍ରାୟ ୨ ନିୟୁତ ଡିଗ୍ରି ଫାରେନ୍ହିଟ ବିଶିଷ୍ଟ ଅତ୍ୟନ୍ତ ଉତ୍ତପ୍ତ ପରିବେଶ । ‘ପାର୍କର୍ ସୋଲାର୍ ପ୍ରୋବ୍’ ନାମକ ଉକ୍ତ ରକେଟସିପ୍ ଏପ୍ରିଲ୍ ୨୮ ତାରିଖ ଦିନ ସୂର୍ଯ୍ୟର ସବୁଠୁ ଉପର ବାୟୁମଣ୍ଡଳ ‘କୋରୋନା’ ମଧ୍ୟରେ ସଫଳତାର ସହ ପ୍ରବେଶ କରି ଉଡ଼ିଯିବା ବେଳେ ସୂର୍ଯ୍ୟପୃଷ୍ଠର କଣିକା ଏବଂ ଚୁମ୍ବକୀୟ କ୍ଷେତ୍ରର ନମୁନା ସଂଗ୍ରହ କରିଛି ।
‘ହାର୍ଭାର୍ଡ ଆଣ୍ଡ୍ ସ୍ମିଥସୋନିଆନ୍’ ସ୍ଥିତ ‘ସେଣ୍ଟର୍ ଫର୍ ଆଷ୍ଟ୍ରୋଫିଜିକ୍ସ’ର ସଦସ୍ୟମାନଙ୍କ ସମେତ ବହୁସଂଖ୍ୟକ ବୈଜ୍ଞାନିକ ଏବଂ ଇଞ୍ଜିନିୟଙ୍କ ମିଳିତ ଉଦ୍ୟମ ବଳରେ ମଣିଷ ଏହି ଐତିହାସିକ ମୁହୂର୍ତ୍ତ ହାସଲ କରିପାରିଛି । ଉକ୍ତ ମହାକାଶଯାନରେ ଥିବା ମୁଖ୍ୟ ଉପକରଣ ‘ସୋଲାର୍ ପ୍ରୋବ୍ କପ୍’ କପ୍ଦ୍ୱାରା ହିଁ ସୂର୍ଯ୍ୟର ବାୟୁମଣ୍ଡଳରୁ କଣିକା ସଂଗ୍ରହ କରାଯାଇଛି । ମହାକାଶଯାନଟି ବାସ୍ତବରେ ‘କୋରୋନା’ ମଧ୍ୟକୁ ପ୍ରବେଶ କରିଛି, ତାହା ମଧ୍ୟ ଉକ୍ତ କପ୍ଦ୍ୱାରା ଜଣାପଡ଼ିଛି ।
ଉକ୍ତ କପ୍ ସଂଗ୍ରହ କରିଥିବା ତଥ୍ୟାବଳୀ ଅନୁସାରେ, ଏପ୍ରିଲ୍ ୨୮ ତାରିଖରେ ଉକ୍ତ ମହାକାଶଯାନଟି ୩ ଥର ‘କୋରୋନା’ ମଧ୍ୟରେ ପ୍ରବେଶ କରିଛି । ଥରେ ତାହା ‘କୋରୋନା’ ମଧ୍ୟରେ ୫ ଘଣ୍ଟାରୁ ଅଧିକ ସମୟ ଉଡ଼ିଥିଲା । ଏ ସଂକ୍ରାନ୍ତରେ ଏକ ବୈଜ୍ଞାନିକ ଆଲେଖ୍ୟ ‘ଫିଜିକାଲ୍ ରିଭ୍ୟୁ ଲେଟର୍ସ’ରେ ପ୍ରକାଶ ପାଇଛି । ଏହା ବହୁଦିନରୁ ଅସମ୍ଭବ ଲାଗୁଥିଲେବି ବର୍ତମାନ ସମ୍ଭବ ହୋଇପାରିଛି ।