fbpx

ଅଦ୍ଭୁତ ଭିଡିଓ ପୋଷ୍ଟ କଲା NASA: ସୋଶଲ ମିଡିଆରେ ଘୁରି ବୁଲୁଛି ଅନ୍ୟ ଗ୍ରହରେ ତେଫାନର ଭିଡିଓ

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ବା NASA ଶେୟର କରିଛି ଏକ ଅଦ୍ଭୁତ ଭିଡିଓ । ବୃହସ୍ପତି ଗ୍ରହର ଏକ ବିରଳ ଚିତ୍ର ସୋଶଲ ମିଡିଆରେ ଅପଲୋଡ କରିଛି NASA । ଏହି ଦିନ ଥିଲା ଏକ ବିଶେଷ ଦିନ । ତେଣୁ ବୃହସ୍ପତି ଉପରେ ଏକ ତୋଫାନର ଚିତ୍ର ସେହି ଦିନ ସହିତ ମେଳ ଖାଉଥିଲା ।

  

ନେସନାଲ ପଜ୍ଜା ଡେ, ଅନେକ ଦେଶରେ ଏହି ଦିନକୁ ପାଳନ କରାଯାଏ । ଇଟାଲୀର ଖାଦ୍ୟ ହୋଇଥିଲେ ଏହାକୁ ସାରା ବିଶ୍ୱର ଅଧିକାଂଶ ଲୋକ ପସନ୍ଦ କରୁଥିବା ନଜର ଆସୁଛି । ବୃହସ୍ପତିରେ ସୃଷ୍ଟି ହୋଇଥିବା ଏକ ଝଡର ଭିଡିଓ ଶେୟର କରିଛି ନାସା । ଏହାଦ୍ୱାରା ବୃହସ୍ପତିର ଚିତ୍ର ଧିରେ ଧିରେ ପିଜ୍ଜା ସଦୃଶ ହୋଇଥିଲା । ଯାହା ପିଜ୍ଜା ଲଭରମାନଙ୍କ ପାଇଁ ଏହି ଦିନକୁ ସ୍ମରଣୀୟ କରୁଥିଲା । ତେବେ ଏହାକୁ ଅନ୍ତଃଗ୍ରହ ପିଜ୍ଜା ଡେ ବୋଲି ଆଖ୍ୟା ଦେଇଛି ନାସା । ଭିଡିଓର କ୍ୟାପ୍ସନରେ ” ନ୍ୟାସନାଲ ପିଜ୍ଜା ଡେ? ଇଣ୍ଟରପ୍ଲାନେଟରୀ ପିଜ୍ଜା ଡେ ସମ୍ବନ୍ଧରେ କଣ କହୁଛନ୍ତି ?

    

ପିଜ୍ଜା ଭିତରେ ଲୋକମାନଙ୍କ ମଧ୍ୟରେ ସବୁଠୁ ଚାହିଦା ରହିଛି ପେପରାନୀ ପିଜ୍ଜାର । ତେବେ ଯେତେବେଳେ ବୃହସ୍ପତିରେ ପେପରାନୀ ପିଜ୍ଜାର ଚିତ୍ର ଦେଖି ଆଚମ୍ବିତ ହୋଇ ଯାଇଥିଲେ ପିଜ୍ଜା ପ୍ରେମୀ । ଏଥିସହିତ ନାସା ଆହୁରି ମଧ୍ୟ ଲେଖିଛି ,” ବୃହସ୍ପତିର ଉତ୍ତର ପୋଲ୍ ର ଏହା ହେଉଛି ଏକ ଇନଫ୍ରାଡ ଦୃଶ୍ୟ । ନାସା ଏହି ଭିଡିଓ ଅପଲୋଡ କରିବା ପରେ ଏହା ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରିକି ଇନଷ୍ଟାଗ୍ରାମରେ ୧.୯୪ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି ।

Get real time updates directly on you device, subscribe now.