fbpx

ଆଜି ଫେରିବ ବୋଇଂ ଷ୍ଟାରଲାଇନର, କେବେ ଫେରିବେ ସୁନୀତା?

Nasa's troubled Starliner setting stage for unpiloted return to Earth

ନୂଆଦିଲ୍ଲୀ: ଆନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ(ISS) ଯିବା ପରେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ଫେରିବାକୁ ନେଇ ନାନା ସମସ୍ୟା ଦେଖାଯାଇଛି । 60 ଦିନରୁ ଅଧିକ ସମୟ ରହିଥିବା ସତ୍ତ୍ବେ ମଧ୍ୟ ସେ ଫେରିବା ନେଇ ସମସ୍ତ ବାଟ ବନ୍ଦ ରହିଛି । ବୋଇଙ୍ଗ ଷ୍ଟାରଲାଇନର ଯାନ ତାଙ୍କୁ ନେଇ ମହାକାଶ ଯାଇଥିବା ବେଳେ ଆଜି ସେହି ଯାନ ପୃଥିବୀକୁ ଫେରି ଆସିବା ନେଇ ସୂଚନା ରହିଛି । ବୋଇଂ ଯାନ ଫେରିଆସିବ କିନ୍ତୁ ଆସିବେ ନାହିଁ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ ବ୍ଲିମୋର । ଷ୍ଟାରଲାଇନର ଅନ୍ତରୀକ୍ଷ ଯାନର ପ୍ରତ୍ୟାବର୍ତ୍ତନକୁ ନେଇ ଆଇଏସଏସ ଠାରୁ ଆରମ୍ଭ କରି ପୃଥିବୀ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଆପଣାଯାଉଛି । ଅନ୍ତରୀକ୍ଷରେ ସୁନୀତା ଏବଂ ବୁଚ ମିଶି ବୋଇଙ୍ଗର କ୍ୟାପସୁଲ ମଧ୍ୟ ନିରିକ୍ଷଣ କରିଥିଲେ । କହିରଖୁଛୁ କି ଯାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ସେମାନେ ପୃଥିବୀକୁ ଫେରିବାରେ ସକ୍ଷମ ହୋଇପାରୁ ନାହାନ୍ତି ।

ତେବେ ଅନ୍ତରୀକ୍ଷରେ ସୁନୀତା ଏବଂ ବୁଚ୍ କାର୍ଗୋ କ୍ୟାପସୁଲରୁ ଚାଳକ ଦଳର ସିଟକୁ ହଟାଇ ଦେଇଛନ୍ତି । କାରଣ ଏହି ସ୍ଥାନରେ ମହାକାଶରୁ ସଂଗ୍ରହ ହୋଇଥିବା ଆବର୍ଜନାକୁ ପଠାଯାଇ ପାରିବ । କହିରଖୁଛୁ କି ଦୁହେଁ ଜୁନ 6 ତାରିଖରେ ବୋଇଙ୍ଗ ଷ୍ଟାରଲାଇନରେ ଆଇଏସଏସରେ ପହଞ୍ଚିଥିଲେ । ପ୍ରଥମ ଏକ ସପ୍ତାହ ମଧ୍ୟରେ ତାଙ୍କର ଫେରିବା ନେଇ ଯୋଜନା ରହିଥିଲା । କିନ୍ତୁ ଷ୍ଟାରଲାଇନରେ ସମସ୍ୟା କାରଣରୁ ସେମାନେ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ସେଠାରେ ରହିବା ନେଇ ଆଶା କରାଯାଉଛି । ତେବେ ଯଦି ପ୍ରତିକୂଳ ପରିବେଶ ରୁହେ ତାହେଲେ ବୋଇଙ୍ଗ ପୃଥିବୀକୁ ଫେରିବା ପାଇଁ 6 ଘଣ୍ଚା ସମୟ ଲାଗିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.