fbpx

BGT-2023 ତୃତୀୟ ଟେଷ୍ଟରେ ନାଥନ ଲାୟନଙ୍କ ଜଲୱା: ଭାଙ୍ଗିଦେଲେ ଅନିଲ କୁମ୍ବଲେଙ୍କ ବିରାଟ ରେକର୍ଡ 

ଇନ୍ଦୋର: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତୀୟ ଟିମ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି ଅଷ୍ଟ୍ରେଲିଆ ସ୍ପିନ ବୋଲର ନାଥନ ଲାୟନ । ଏହି ମ୍ୟାଚର ଦୁଇଟି ଇନିଂସରେ ଲାୟନ ମୋଟ ୧୧ଟି ୱିକେଟ ହାସଲ କରିଛନ୍ତି । ଏହି ୱିକେଟ ସହ ଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ନାଥନ ଲାୟନ । ବର୍ଡର ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଲାୟନ ଟପ୍ ପୋଜିସନରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ଆଜିର ଇନିଂସ ସହିତ ନାଥନ ଲାୟନ ବର୍ଡ ଗାଭାସ୍କର ଟ୍ରଫିରେ ୧୧୨ଟି ୱିକେଟ ହାସଲ କରିଛନ୍ତି । ତେବେ ପୂର୍ବ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେଙ୍କ ନାଁରେ ୧୧୧ଟି ୱିକେଟ ରହିଥିବା ବେଳେ ତାଙ୍କୁ ଅତିକ୍ରମ କରିଛନ୍ତି ନାଥନ ଲାୟନ । ତୃତୀୟ ମ୍ୟାଚର ଦ୍ୱିତୀୟ ଇନିଂସରେ ଉମେଶ ଯାଦବଙ୍କୁ ଆଉଟ କରି ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲର ରବିଚନ୍ଦ୍ରନ ଅଶ୍ୱୀନ । ବର୍ଡର ଗାଭାସ୍କର ଟ୍ରଫିରେ ଅଶ୍ୱୀନଙ୍କ ନାମରେ ମୋଟ ୧୦୬ଟି ୱିକେଟ ସାମିଲ ରହିଛି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳିରେ ନାଥନଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ ଅଶ୍ୱୀନ । ସେହିପରି ଲିଷ୍ଟର ଚତୁର୍ଥ ସ୍ଥାନରେ ପୂର୍ବତନ ଅଫସ୍ପିନର ହରଭଜନ ସିଂହ(୯୫ ୱିକେଟ) ଥିବା ବେଳେ ପଞ୍ଚମରେ ରହିଂଛନ୍ତି ଦଳର ଷ୍ୟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା(୮୪ ୱିକେଟ) ।

ତେବେ ଭାରତର ଓପନର ଶୁଭମନ ଗିଲଙ୍କ ରୂପରେ ଆଉଟ କରିଥିଲେ ନାଥନ । ଏହି ୱିକେଟ ସହ ସେ ଭାରତ ବିପକ୍ଷରେ ସର୍ବାଧିକ ୱିକେଟ ନେଇଥିବା ବୋଲର ପାଲଟି ଯାଇଛନ୍ତି । ଏହାପୂର୍ବରୁ ଶ୍ରୀଲଙ୍କାର ମିଷ୍ଟ୍ରି ସ୍ପିନର ମୁଥେୟା ମୁରଲୀଥରନ ୧୦୫ ୱିକେଟ ସହ ଶୀର୍ଷରେ ରହିଥିଲେ ।

Get real time updates directly on you device, subscribe now.