BREAKING: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଶାହାରୁଖ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା
ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା'ଶ୍ରେଷ୍ଠ ଓଡ଼ିଆ ଫିଲ୍ମ।
ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି।
ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ।
ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତାର ପୁରସ୍କାର । ‘ଯବାନ’ ପାଇଁ ଶାହରୁଖ ଖାନ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।
ସେହିପରି 12th ଫେଲ୍ ପାଇଁ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।
ରାଣୀ ମୁଖାର୍ଜୀ ହେଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
12th ଫେଲ୍’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି। ବିଧୁ ବିନୋଦ ଚୋପ୍ରା ପ୍ରଯୋଜିତ ’12th ଫେଲ୍’ ଶ୍ରେଷ୍ଠ ଫିଚର ଫିଲ୍ମ।
ଆଇପିଏସ ମନୋଜ ଶର୍ମାଙ୍କ ସଂଘର୍ଷମୟ ଯାତ୍ରାକୁ ନେଇ ଫିଲ୍ମ ’12th ଫେଲ୍’।
‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ।