fbpx

‘ଶଲାବୁଢ଼ା’ର ମୁଖ୍ୟ ଚରିତ୍ର ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ‘ଶଲାବୁଢ଼ା’ର ଫେମ୍ ସବୁଦିନ ପାଇଁ ନିରବି ଯାଇଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି । ଏହି ସୂଚନା ଦେଇଛନ୍ତି ତାଙ୍କର କନିଷ୍ଠ ପୁତ୍ର ଅରୁଣ ପଣ୍ଡା । ଗତକାଲି ବିଳମ୍ବିତ ରାତିରେ ଅଟଳଙ୍କର ମୃତ୍ୟୁ ଘଟିଛି । ବୁର୍ଲା ବଡ଼ମେଡିକାଲରେ ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛିଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ । ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ଗତ ମାସ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଜୁନ୍ ୧ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୮୩ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିଥିଲେ । ‘ଶଲାବୁଢ଼ା’ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ୨୦୧୩ ଓ ୨୦୧୪ରେ ସେ ଲଗାତର ୨ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୬୫ରୁ ଅଧିକ ସମ୍ବଲପୁରୀ ନାଟକ ସେ ରଚନା କରିବା ସହ ଶତାଧିକ ନାଟକରେ ନିଜର ଅଭିନୟର ଦକ୍ଷତା ପ୍ରତିପାଦନ କରିଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ସିନେପ୍ରେମୀ, ରାଜନେତା, ପ୍ରଶାସକ, ବୁଦ୍ଧିଜୀବୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.