fbpx

National Doctor’s Day 2024: କାହିଁକି ପାଳନ କରାଯାଏ ଡାକ୍ତର ଦିବସ, ଜାଣନ୍ତୁ ବଙ୍ଗଳା-ବିହାରରେ ଏହାର କ’ଣ ରହିଛି ସମ୍ବନ୍ଧ

Advertisement

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । ସେ ଲୋକଙ୍କୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବିପଦରେ ପକାଇ ଅନେକ ଲୋକଙ୍କୁ ଚିକିତ୍ସା କରିଛନ୍ତି । ଏହି ମହାମାରୀ ସମୟରେ ଅନେକ ଡାକ୍ତରଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଯେଉଁମାନେ ରୋଗୀଙ୍କୁ ନିଜ ପରିବାର ବୋଲି ଭାବନ୍ତି, ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଅନ୍ୟମାନଙ୍କ ସେବା କରିବା ପାଇଁ ଡାକ୍ତରଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଡାକ୍ତର ଦିସବ ପାଳନ କରାଯାଇଥାଏ । ଆସନ୍ତୁ ଜାଣିବା ଏହି ଦିନର ଇତିହାସ ଏବଂ ମହତ୍ତ୍ୱ ।

ଡା.ବିଧାନ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଭାରତରେ ସର୍ବପ୍ରଥମେ ଡାକ୍ତର ଦିସବ ୧୯୯୧ ମସିହାରେ ପାଳନ କରାଯାଇଥିଲା । କୋଲକାତା ମୁଖ୍ୟମନ୍ତ୍ରୀ ଭାବେ କାମ ସାରିଛନ୍ତି ଡା. ବିଧାନ ଚନ୍ଦ୍ର ରାୟ । ସେ ହେଲଥକେୟାର ସିଷ୍ଟମରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ୧ ଜୁଲାଇ ୧୮୮୨ରେ ବିହାରର ପଟଣାରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଦବପୁର ରାଜୟକ୍ଷ୍ମା ହସ୍ପିଟାଲ, ଚିତ୍ତରଞ୍ଜନ ସେବା ସଦନ ଫର ୱିମେନ ଆଣ୍ଡ ଚିଲଡ୍ରେନ, କମଳା ନେହେରୁ ମେମୋରିଆଲ ହସ୍ପିଟାଲ, ବିକ୍ଟୋରିଆ କଲେଜ ଏବଂ ଚିତ୍ତରଞ୍ଜନ କ୍ୟାନ୍ସର ହସ୍ପିଟାଲ ଖୋଲି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।

ସେ ରୋଗିମାନଙ୍କ ଚିକିତ୍ସା ବହୁତ କମ ମୂଲ୍ୟରେ କରୁଥିଲେ । ସେ ମେଡିକାଲ ଷ୍ଟାଫ ନଥିବା ସମୟରେ ମଧ୍ୟ ନିଜେ କାମ କରୁଥିଲେ । ମେଡିକାଲ ଜଗତରେ ତାଙ୍କ ଯୋଗଦାନ ଆଜି ଡାକ୍ତରର୍ସଙ୍କ ପାଇଁ ପ୍ରେରଣା ପ୍ରଦାନ କରିଥାଏ । ତାଙ୍କର ଏଭଳି କାର୍ଯ୍ୟ ଦେଖି ଭାରତ ସରକାର ୧୯୭୬ ମସହିରେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ । ଖାଲି ଏତିକି ନୁହେଁ ତାଙ୍କର ପରଲୋକ ପରେ ତାଙ୍କ ଜନ୍ମଦିନକୁ ଜାତୀୟ ଡାକ୍ତର ଦିବସ ବାବେ ପାଳନ କରିବାକୁ ଘୋଷଣା କରିଥିଲେ । ତେବେ ଏଥର ଜାତୀୟ ଡାକ୍ତର ଦିବସ ୨୦୨୪ର ଥିମ ଚଳିତ ବର୍ଷ ‘ହିଲିଙ୍ଗ ହ୍ୟାଣ୍ଡସ, କେୟାରିଙ୍ଗ ହାର୍ଟସ’ ରହିଛି ।

Get real time updates directly on you device, subscribe now.