ସାବଧାନ୍ ! ପ୍ରତି ସିଗାରେଟ୍ ସହିତ ହ୍ରାସ ପାଉଛି ଜୀବନର ୨୨ ମିନିଟ୍, ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା
ୟୁନିଭରସିଟି କଲେଜ ଲଣ୍ଡନ (UCL) ରେ କରାଯାଇଥିବା ଏକ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି | ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ବ୍ୟକ୍ତିର ଜୀବନ ହାରାହାରି 22 ମିନିଟ୍ କମିଯାଏ |
ନୂଆଦିଲ୍ଲୀ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ସିଗାରେଟ୍ ସହିତ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।
ୟୁନିଭରସିଟି କଲେଜ ଲଣ୍ଡନ (ୟୁସିଏଲ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗୋଟିଏ ସିଗାରେଟ୍ ଟାଣିବା ପୁରୁଷଙ୍କ ଜୀବନରୁ ହାରାହାରି ୧୭ ମିନିଟ୍ ଏବଂ ମହିଳା ଜୀବନରୁ ୨୨ ମିନିଟ୍ କମ୍ ହୋଇଥାଏ । ପୂର୍ବରୁ ମଧ୍ୟ ସିଗାରେଟ୍ ଉପରେ ଅନେକ ଥର ଅଧ୍ୟୟନ କରାଯାଇଛି, କିନ୍ତୁ ଏଥର ଗବେଷଣା ଭୟଙ୍କର ।
ଏହି ଆକଳନଗୁଡିକ ପୂର୍ବ ଆକଳନ ତୁଳନାରେ ବହୁତ ଅଧିକ, ଯାହା ଗୋଟିଏ ସିଗାରେଟ୍ ଜୀବନକୁ ୧୧ ମିନିଟ୍ କମାଉଥିବା ଆଲୋଚନା କରାଯାଇଛି । ୟୁସିଏଲ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଧୂମପାନକାରୀମାନେ ଏହି ଖରାପ ଅଭ୍ୟାସ ଛାଡି ନୂଆ ବର୍ଷର ଶୁଭାରମ୍ଭ କରିବା ଉଚିତ୍ । ଅଧ୍ୟୟନରୁ ଜଣାପଡିଛି ଯେ, ଧୂମପାନକାରୀମାନେ ସାଧାରଣତଃ ସେମାନଙ୍କ ଜୀବନରୁ ଅନେକ ବର୍ଷ କମ୍ କରିଦିଅନ୍ତି ।
‘ଜୀବନର ୧୦ ବର୍ଷ ହ୍ରାସ’ :-
ଅଧ୍ୟୟନରେ ଦର୍ଶାଯାଇଛି ଯେ, ଗୋଟିଏ ସିଗାରେଟ୍ ଜଣେ ବ୍ୟକ୍ତିଙ୍କ ଜୀବନରୁ ପ୍ରାୟ ୨୦ ମିନିଟ୍ କମ୍ କରିଦିଏ, ଅର୍ଥାତ୍ ୨୦ ଟି ସିଗାରେଟ୍ ପ୍ୟାକ୍ ଜଣେ ବ୍ୟକ୍ତିଙ୍କ ଜୀବନର ପ୍ରାୟ ସାତ ଘଣ୍ଟା ବନ୍ଦ କରିଦିଏ ।ୟୁସିଏଲର ପ୍ରିନ୍ସିପାଲ୍ ରିସର୍ଚ୍ଚ ଫେଲୋ ଡକ୍ଟର ସାରା ଜ୍ୟାକସନଙ୍କ ଅନୁଯାୟୀ, ଲୋକମାନେ ସାଧାରଣତଃ ଜାଣନ୍ତି ଯେ ଧୂମପାନ କ୍ଷତିକାରକ, କିନ୍ତୁ କେତେ ତାହା ଅନୁମାନ କରିବା କଷ୍ଟକର । ସାଧାରଣତଃ ଯେଉଁମାନେ ଧୂମପାନ ନଛାଡନ୍ତିଁ, ସେମାନେ ପ୍ରାୟ ୧୦ ବର୍ଷ ଜୀବନ ହରାଇବେ ।