fbpx

ଦେଶର ୮୦ ପ୍ରତିଶତ ଡାକ୍ତରଖାନାରେ ଅବସ୍ଥା ପୁରା ଖରାପ, ନର୍ସ ଏବଂ ଡାକ୍ତରଙ୍କ ସମେତ ମେଡିସିନର ଅଭାବ; ସର୍ଭେରେ ଖୁଲାସା

Advertisement

ନୂଆଦିଲ୍ଲୀ: ଦେଶରେ ସରକାରୀ ଡାକ୍ତରଖାନାର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଛି । ଡାକ୍ତରଖାନା ସମ୍ପର୍କରେ ସରକାରଙ୍କଠାରୁ ଏକ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ, ଦେଶର ୮୦% ସରକାରୀ ଡାକ୍ତରଖାନାରେ ବେସିକ୍ ସୁବିଧା ମଧ୍ୟ ନାହିଁ ।

ଜିଲ୍ଲା ଡାକ୍ତରଖାନା, ଉପ-ଜିଲ୍ଲା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପୂର୍ବରୁ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର) ସହିତ ଦୁଇ ଲକ୍ଷରୁ ଅଧିକ ଜନସ୍ୱାସ୍ଥ୍ୟ ସୁବିଧା ରହିଛି, ଯାହା ଏନଏଚଏମ (ଜାତୀୟ ସ୍ୱାସ୍ଥ୍ୟ ମିଶନ୍) ଅଧୀନରେ ଆସେ । ଏନଏଚଏମ ଅଧୀନରେ ଥିବା ୨ ଲକ୍ଷରୁ ଅଧିକ ଡାକ୍ତରଖାନା ମଧ୍ୟରୁ କେବଳ ୪୦,୪୫୧ ଡାକ୍ତରଖାନା ହିଁ ସରକାରଙ୍କୁ ସୂଚନା ଦେଇଛନ୍ତି ।

କେବଳ ୮,୦୮୯ ଡାକ୍ତରଖାନାରେ ମୌଳିକ ସୁବିଧା :-
ଯେତେବେଳେ ଦିଆଯାଇଥିବା ତଥ୍ୟ ଆଧାରରେ ସ୍କୋରିଂ କରାଯାଇଥିଲା, ସେବେ ୪୦,୪୫୧ ମଧ୍ୟରୁ କେବଳ ୮,୦୮୯ ଡାକ୍ତରଖାନା ଆଇପିଏଚଏସ ମାନକ ପୂରଣ କରିଥିଲା । ଆଇପିଏଚଏସ ର ଡ୍ୟାସବୋର୍ଡରେ ସରକାର ଏହି ସମସ୍ତ ସୂଚନା ସାର୍ବଜନୀନ କରିଛନ୍ତି । ରିପୋର୍ଟ ଅନୁଯାୟୀ, ରୋଗୀଙ୍କ ଚିକିତ୍ସା ପାଇଁ କେବଳ ୮,୦୮୯ ଡାକ୍ତରଖାନାରେ ଆବଶ୍ୟକ ସୁବିଧା ରହିଛି । ଡାକ୍ତର, ନର୍ସ, ମେଡିସିନ୍ ଭଳି ଉପକରଣ କେବଳ ଏହି ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ । ରିପୋର୍ଟ ଅନୁଯାୟୀ, ଆଇପିଏଚଏସ୍ ଅଧୀନରେ ୪୨% ଡାକ୍ତରଖାନା ୫୦% ରୁ କମ୍ ସ୍କୋର କରିଥିଲା । ଅବଶିଷ୍ଟ ୧୫,୧୭୨ ଡାକ୍ତରଖାନା ୫୦ ରୁ ୮୦% ମଧ୍ୟରେ ମାର୍କ ପାଇଲା ।

ଆପଣଙ୍କୁ କହିରଖୁଛୁ କି ଯେ ଏନଏଚଏମ ଅଧୀନରେ ଥିବା ଡାକ୍ତରଖାନାଗୁଡ଼ିକର ୬୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବାବେଳେ ବାକି ୪୦ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

Get real time updates directly on you device, subscribe now.