fbpx

ସୁଶୀଲ କୁମାର ଏକାଡେମୀରେ ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା;ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏମିତି ଏକ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହାକୁ ବିଶ୍ୱାସ ମଧ୍ୟ କରି ନେଇଥିଲେ । ପରସ୍ଥିତି ଏମିତି ହୋଇଥିଲା କି ନିଜେ ନିଶା ଟ୍ୱିଟ କରି ଏକ ଭିଡିଓ ପୋଷ୍ଟ କରିଥିଲେ । ସୋନିପତରେ ରହିଥିବା ସୁଶୀଲ କୁମାରଙ୍କ ଏକାଡେମୀରେ ନିଶା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା । ଏହା ସହିତ ଏହି ଆକ୍ରମଣରେ ନିଶାଙ୍କ ମା ଗୁରୁତର ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶିତ ହୋଇଥିଲା ।

ଏହି ଘଟଣା ପରେ ଭାରତୀୟ ରେସଲିଂ ଫେଡେରେସନ ପକ୍ଷରୁ ଏକ ଭିଡିଓ ରିଲିଜ୍ କରାଯାଇଥିଲା । ନିଶା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ଗୋଣ୍ଡାରେ ଜାତୀୟ କ୍ୟାମ୍ପ ପାଇଁ ପ୍ରସ୍ତୁତି ଚଳାଇଥିବା ଏହି ଭିଡିଓରେ କହିଛନ୍ତି । ୭୨ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ଦାହିୟା ବିଗତ ସପ୍ତାହରେ ବେଲଗ୍ରେଡରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.