fbpx

ଲୋକସଭା ନିର୍ବାଚନରେ ପାକିସ୍ତାନୀ ମିଡିଆର ପ୍ରତିକ୍ରିୟା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ବିଜେପି ବହୁମତ ପାଇଛି । ଏଥିସହ ଇଣ୍ଡିଆ ମେଣ୍ଟ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଅନେକ ରାଜ୍ୟରେ ବିଜେପିକୁ ଅନେକ କ୍ଷତି ସହିବାକୁ ପଡିଛି । ଭୋଟ ଗଣତି ଏବେ ବି ଜାରି ରହିଛି । ତେବେ ଲୋକସଭା ନିର୍ବାଚନ ଉପରେ ବିଦେଶୀ ମିଡିଆର ନଜର ରହିଛି । ପାକିସ୍ତାନୀ ମିଡିଆ ନିର୍ବାଚନର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛି । ଏଥିସହ ପାକିସ୍ତାନୀ ମିଡିଆ ମୋଦୀ ସରକାରଙ୍କୁ ନେଇ ନିଜର ଟିପ୍ପଣି ରଖିଛି ।

ପାକିସ୍ତାନୀ ୱେବସାଇଟ ଡନରେ ଲୋକସଭା ନିର୍ବାଚନକୁ ନେଇ ଏକ ଆର୍ଟିକିଲ୍ ପବ୍ଲିସ କରିଛି । ଡନ ଲେଖିଛି ଯେ, ଭାରତରେ ନିର୍ବାଚନର ମତଗଣନାରୁ ଜଣାପଡିଛି ଯେ, ପିଏମ ମୋଦୀଙ୍କ ମେଣ୍ଟ ବହୁମତ ଆଡକୁ ବଢିଚାଲିଛି । ହେଲେ ଭାରି ମତ ସହ ବିଜୟୀ ହେବେ ନାହିଁ ।

ଆର୍ଟିକିଲରେ ଆଗକୁ ଲେଖାଯାଇଛି ଯେ, ଟିଭି ଚ୍ୟାନେଲ ଅନୁଯାୟୀ, ମଙ୍ଗଳବାର ଦିନ ମତଗଣନା ଆରମ୍ଭରେ ଏନଡିଏ ବହୁମତ ହାସଲ କରୁଛି, ହେଲେ ଏଗଜିଟ ପୋଲ ଅନୁଯାୟୀ, ବିଜୟ ସେହି ହିସାବରେ ହେଉନାହିଁ ।

Get real time updates directly on you device, subscribe now.