fbpx

ମାଲାମାଲ୍ ହେବାକୁ ଯାଉଛନ୍ତି ଜାତୀୟ ପେନସନଭୋଗୀ: ଆସନ୍ତା ମାସ ଶେଷରେ ମିଳିବ ଏହି ଉପହାର

ନୂଆଦିଲ୍ଲୀ: ଯଦି ଆପଣ ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ନ୍ୟାସନାଲ ପେନସନ୍ ସିଷ୍ଟମ୍ (NPS) ର କୌଣସି ସ୍କିମ୍ ନେଇଛନ୍ତି କିମ୍ବା ନେବାକୁ ଯାଉଛନ୍ତି, ତେବେ ଏବେ ଆପଣ ଲାଭବାନ୍ ହେବାକୁ ଯାଉଛନ୍ତି । କାରଣ ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ବର୍ତ୍ତମାନ NPSରେ ଏକ ସୁନିଶ୍ଚିତ ପେନସନ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହି ଯୋଜନା ୩୦ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ଏହାଦ୍ୱାରା ଦେଶର କୋଟି କୋଟି ଲୋକ ଉପକୃତ ହେବେ ଏବଂ ଜାତୀୟ ପେନସନ୍ ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

PFRDAର ସଭାପତି ସୁପ୍ରତିମ ବାଧ୍ୟୋପାଧ୍ୟାୟ ଏହି ବିଷୟରେ ସମସ୍ତ ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ଗଣମାଧ୍ୟ ସାମ୍ନାରେ ସେ କହିଛନ୍ତି ଯେ, ‘ଜାତୀୟ ପେନ୍ସନ୍ ବ୍ୟବସ୍ଥାରେ ଏବେ ସର୍ବନିମ୍ନ ସୁନିଶ୍ଚିତ ରିଟର୍ନ ଯୋଜନା ଉପରେ କାର୍ଯ୍ୟ ଚାଲିଛି । ଅର୍ଥାତ୍ ଏକ ଆକର୍ଷଣୀୟ ପରିମାଣର ଧନରାଶି ନିବେଶକମାନଙ୍କୁ ପ୍ରତିବର୍ଷ ମିଳିବ । ସମ୍ଭାବନା ଅଛି କି ଆମେ ଏହାକୁ ୩୦ ସେପ୍ଟେମ୍ବରରୁ ଆରମ୍ଭ କରିପାରୁ ।’

ବାଧ୍ୟୋପାଧ୍ୟାୟ କହିଛନ୍ତି, “ଗତ ୧୩ ବର୍ଷ ମଧ୍ୟରେ ଜାତୀୟ ପେନସନ୍ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନେକ କାର୍ଯ୍ୟ କରାଯାଇଛି । ଏହାରି ମଧ୍ୟରେ ଆମେ ବାର୍ଷିକ ୧୦.୨୭ ପ୍ରତିଶତ ହାରରେ ବାର୍ଷିକ ଚକ୍ରବୃଦ୍ଧି ସୁଧ ଦେଇଛୁ । ଆମେ ସବୁବେଳେ ନିବେଶକମାନଙ୍କୁ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସୁରକ୍ଷିତ ରିଟର୍ଣ୍ଣ ଦେଇଛୁ ।’

Get real time updates directly on you device, subscribe now.