Big Breaking: ପାକିସ୍ତାନକୁ ପାନେ ଦବ ଭାରତ, National Security Advisory Boardର ପୁନର୍ଗଠନ କଲେ ମୋଦି

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (ଏନଏସଏବି)ର ପୁନର୍ଗଠନ କରାଗଲା । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ଆର୍ ଆଣ୍ଡ ଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଗୀ ।

ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଥିବା ସୂଚନା ।

କମିଟିରେ ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା । ପୂର୍ବତନ ସଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂ, ଅବସରପ୍ରାପ୍ତ ଆଡମିରାଲ ମଣ୍ଟି ଖାନ୍ନା ମଧ୍ୟ ନୂଆ କମିଟିରେ ସ୍ଥାନିତ ।

ଅବସରପ୍ରାପ୍ତ ଆଇପିଏସ୍ ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂ ୭ ଜଣିଆ ପୁନର୍ଗଠିତ ବୋର୍ଡରେ ଆଇଏଫଏସ୍ ବି ଭେଙ୍କଟେଶ ବର୍ମାଙ୍କୁ ସାମିଲ କରାଯାଇଛି ।