୨ ଓଡ଼ିଆ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ପ୍ରକାଶ ପାଇଲା ତାଲିକା

ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଓଡ଼ିଆ ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା । ବର୍ତ୍ତମାନ ପ୍ରକାଶ ପାଇଛି ଜାତୀୟ ଶିକ୍ଷକ ସମ୍ମାନ ୨୦୨୫ର ତାଲିକା । ଏହି ତାଲିକାରେ ଅଛନ୍ତି ୨ଜଣ ଓଡ଼ିଆ ଶିକ୍ଷକ । ଅର୍ଥାତ ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଜଣ ଓଡ଼ିଆ ଶିକ୍ଷକ ।

ସୂଚନା ମୁତାବକ, ମାଲକାନଗିରି କଣ୍ଡେଲ ବିଦ୍ୟାଳୟର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେଭି ସ୍କୁଲର ଶିକ୍ଷକ ତରୁଣ ଦାସଙ୍କୁ ତାଲିକାରେ ମନୋନୀତ କରାଯାଇଛି ।

ଗୁରୁ ଦିବସରେ ଏହି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ଅନ୍ୟ ରାଜ୍ୟର ଶିକ୍ଷକମାନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ ।