fbpx

ଆଜି ରାଷ୍ଟ୍ରୀୟ ମତଦାତା ଦିବସ; ବିଜେପି ଆୟୋଜନ କରୁଛିି ‘ନମୋ ନବ ମତଦାତା ସମ୍ମିଳନୀ’

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନୂଆ ଭୋଟର୍ସଙ୍କୁ ଏକତ୍ର କରିବା ଯୋଜନାରେ ଲାଗିପଡିଛନ୍ତି । ଏହି ଉପଲକ୍ଷେ ଆଜି ମୋଦୀ ଦେଶର ଯୁବ ମତଦାତାଙ୍କ ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦେଶର ଯୁବଗୋଷ୍ଠୀଙ୍କୁ ନିଜ ଯୋଜନା ବିଷୟରେ ଅବଗତ କରାଇବା । ଏହି କ୍ରମରେ ୨୦୧୪ ପରେ ଦେଶରେ ଆସିଥଇବା ପରିବର୍ତ୍ତନ ବିଷୟରେ ସେ ଯୁବସମାଜକୁ ସୂଚନା ଦେବେ ।

ଆଜି ରାଷ୍ଟ୍ରୀୟ ମତଦାତା ଦିବସ । ଏହି ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ‘ନମୋ ନବ ମତଦାତା ସମ୍ମିଳନୀ’ ଆୟୋଜନ କରୁଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିବେ । ବିଜେପିର ଲକ୍ଷ୍ୟ ରହିଛି ଏହା ଜରିଆରେ ୧କୋଟି ମତଦାତାଙ୍କୁ ନିଜ ସହ ଯୋଡିବା ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଷ୍ଟ୍ରୀୟ ମତଦାତା ଦିବସର ଆରମ୍ଭ ୨୦୧୧ରେ ହୋଇଥିଲା କିନ୍ତୁ ଚଳିତ ବର୍ଷ ଏହା ଏତେ ବଡ ଆକାରରେ ଆୟୋଜନ କରାଯାଉଛି ।
୨୦୨୪ ନିର୍ବାଚନରେ ପ୍ରାୟ ୭ କୋଟି ମତଦାତା ପ୍ରଥମ ଥର ମତଦାନ କରିବେ । ବିଜେପି ଏହି ଯୁବା ଭୋଟର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ କରୁଛି ଓ ଏହି କାରଣରୁ ଆଜି ଏତେବଡ ଆୟୋଜନ କରାଯାଇଛି ।

Get real time updates directly on you device, subscribe now.