ଭୁବନେଶ୍ୱର: ନୌସେନା ଦିବସରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର । ବାରିପଦା ଜିଲ୍ଲା ଅମର୍ଦ୍ଦା ନିକଟରେ ଜରୁରୀ ଅବତରଣ କରିଛି । ତେବେ ହଠାତ୍ ଆସି ବିଲ ଭିତରେ ଜରୁରୀ ଅବତରଣ କରିଥିବା ଦେଖାଯାଇଛି । କେଉଁ କାରଣ ପାଇଁ ନୌସେନା ହେଲିକପ୍ଟର ଏଭଳି ଜରୁରୀ ଅବତରଣ କଲା ତାହା ଜଣାପଡି ନାହିଁ ।
ସୂଚନା ଅନୁସାରେ, ଅମର୍ଦ୍ଦା ଗ୍ରାମ ନିକଟରେ ହଠାତ୍ ବିମାନଟି ଜରୁରୀ ଅବତରଣ କରିଥିଲା । ଧାନ ବିଲ ଭିତରେ ଅବତରଣ କରିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହେବା ସହିତ କାରଣ ଜାଣିବା ପାଇଁ ଦୌଡି ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ ଧରି ହେଲିକପ୍ଟରଟି ରହିଥିଲା । ଏହାପରେ ପାଇଲଟ ବାହାରି ତଦାରଖ କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାଖାପାଖି ୪୫ ମିନିଟ ଧରି ବିମାନଟି ରହିବା ପରେ ପୁଣି ଉଡାଣ ଭରିଥିଲା । ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପାଇଲଟ ଜଣକ ଯାନ୍ତ୍ରିକ ତ୍ରୁଟିର ଆଶଙ୍କା କରି ଜରୁରୀ ଅବତରଣ କରିଥିବା ଆଶଙ୍କା କରାଯାଉଛି । ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ରହିଥିଲେ ।