fbpx

ବଦଳିବ ନବୀନଙ୍କ କ୍ୟାବିନେଟ୍! କାହାକୁ ମିଳିବ ସ୍ୱାସ୍ଥ୍ୟ ବିଭାଗ, ପାୱାର କରିଡର ଚଳଚଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ବଦଳିପାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ । ଏହାକୁ ନେଇ ଏବେ ରାଜନୈତିକ ମହଲ ଏବେ ଚଳଚଞ୍ଚଳ ହୋଇ ଉଠିଛି । ତେବେ ଏଥର ବଡ଼ଧରଣର ନୁହେଁ, ବରଂ ଛୋଟ ଧରଣର ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏହାକୁ ନଜରରେ ରଖି ବିଜେଡି ସୁପ୍ରିମୋ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ନିକଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦେହାନ୍ତ ପରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ନବୀନ ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ପୂର୍ଣ୍ଣକାଳୀନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ପାରନ୍ତି । ତେବେ ପଶ୍ଚିମ ଓଡ଼ିଶାରୁ ଜଣେ କିମ୍ବା ଦୁଇଜଣ ହେଭିୱେଟ୍ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି ।

ଗତବର୍ଷ ଜୁନ ମାସରେ ଶେଷ ଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିଲା । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିଲେ । ଏଥିସହିତ କିଛି ହେଭିୱେଟଙ୍କ ହାତରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିଲା । ସେତେବେଳେ ମନ୍ତ୍ରିମଣ୍ଡଳରୁ ୧୦ ଜଣ ନେତାକୁ ଆଉଟ୍ କରାଯାଇଥିଲା । ତେବେ କେଉଁ ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.