fbpx

ଆସନ୍ତାକାଲି ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ: ଜାଣନ୍ତୁ ବାଚସ୍ପତି, ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ପଦରେ ବସିବେ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ କ୍ୟାବିନେଟ ପରିବର୍ତ୍ତନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି । ଆସନ୍ତାକାଲି ସକାଳ ୧୧.୪୫ରେ ସମ୍ଭାବ୍ୟ ମନ୍ତ୍ରୀମାନେ ଲୋକସଭା ସେବା ଭବନର କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ । ତେବେ ଏହା ମଧ୍ୟରେ ଏକାଧିକ ବିଧାୟକଙ୍କୁ ନବୀନଙ୍କ ଫୋନ୍ କଲ ଯାଇଥିବା ବେଳେ କିଛି ନେତା ଏନେଇ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ନୂଆ ମନ୍ତ୍ରୀଙ୍କ ନାମ ଅଫିସିଆଲ ଭାବେ ଘୋଷଣା ହୋଇ ନଥିଲେ ହେଁ ବିଭିନ୍ନ ତଥ୍ୟକୁ ଆଧାର କରି ଏଠାରେ ଉଲ୍ଲେଖ କରାଯାଇଛି । ତେବେ ନବୀନଙ୍କ ନୂଆ ଟିମରେ ବାଚସ୍ପତି ପଦରେ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ପଦରେ ପ୍ରଶାନ୍ତ ମୁଦୁଲି ଓ ଉପ ମୁଖ୍ୟ ସଚେତକ ପଦରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ବସିବାକୁ ଯାଉଛନ୍ତି । ଏଥିସହ ବିଭିନ୍ନ ବିଭାଗରେ ଏକାଧିକ ମନ୍ତ୍ରୀଙ୍କୁ ମଧ୍ୟ ନବୀନ ଦାୟିତ୍ୱ ବଣ୍ଟନ କରିବେ ।

ଆସନ୍ତାକାଲି ନବୀନଙ୍କ କ୍ୟାବିନେଟ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଦଳର ଅନେକ ବିଧାୟକଙ୍କ ନିକଟକୁ ଯାଇଛି ନବୀନଙ୍କ ଫୋନ୍ କଲ୍ । ଫୋନ୍ କଲ୍ ପାଇଥିବା ବିଧାୟକମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ସେମାନଙ୍କ ମଧ୍ୟରେ ରାଜେନ୍ଦ୍ର ଢୋଲକିଆ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ରୋହିତ ପୂଜାରୀ, ନବ କିଶୋର ଦାସ, ସମୀର ଦାସ, ଶ୍ରୀକାନ୍ତ ସାହୁ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସାହୁ, ନିରଞ୍ଜନ ପୂଜାରୀ, ପ୍ରୀତି ରଞ୍ଜନ ଘଡ଼େଇ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରଦୀପ ଅମାତ, ରୀତା ସାହୁ ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.