Breaking: ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ, ୧୯ରେ ନାମ ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ ।

ଶଙ୍ଖ ଭବନରେ ନାମାଙ୍କନ ଭରିଲେ ନବୀନ । ଚଳିତ ବର୍ଷ୯ମ ଥର ପାଇଁ ନାମାଙ୍କନ ଭରିଲେ ନବୀନ ।

ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ । ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ।

ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି। ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ।

ଆସନ୍ତା ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଅନ୍ୟପଟେ ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି।