fbpx

ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର ,15/1 :ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ୱର ସ୍ଥାନ  ଅଧିକାର କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ |  ଦେଶର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ବୋଲି ଲୋକଙ୍କୁ ପଚରାଯାଇଥିଲା | ଆଉ ଏଥିରେ ପ୍ରଥମ  ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସର୍ଭେରେ ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ନବୀନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ, ମହାରାଷ୍ଟ୍ରର  ଉଦ୍ଧବ ଠାକରେ,ଛତିଶଗଡ ର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ  ,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ,ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀଶିବରାଜ ସିଂ ଚୌହାନ, ଗୋଆ ର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଯଥାକ୍ରମେ ଚତୁର୍ଥ ରୁ ଦଶମ ସ୍ଥାନ ଅଧିକାର କରିଛନ୍ତି ।

Get real time updates directly on you device, subscribe now.