fbpx

ନବୀନ ବାବୁ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି: ପ୍ରଣବ ପ୍ରକାଶ ଦାସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଆଜି ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ୟ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ଅବସରରେ ଦଳର ଛାମୁଆ ନେତା ସାମିଲ ହୋଇ ଗୁରୁମନ୍ତ୍ର ଦେଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି । ଜୀବନ ଥିବା ଯାଏ ତାଙ୍କୁ କେହି କ୍ଷମତାଚ୍ୟୁତ କରିପାରିବେନି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି ନବୀନ । ଆମେ ଭାବିନଥିବା କଥାକୁ ନବୀନ କରି ଦେଖାଇଛନ୍ତି । ବିଜେଡି ଏକ ଦଳ ନୁହେଁ ବରଂ ଏକ ଆନ୍ଦୋଳନ ।

ନିର୍ବାଚନ ଜିତିବାକୁ ହେଲେ କେବଳ ନବୀନଙ୍କ ନାମ ହିଁ ଯଥେଷ୍ଟ ବୋଲି ପ୍ରଣବ ପ୍ରକାଶ ଦାଶ କହିଛନ୍ତି । ସେହିପରି ସଂଜୟ ଦାସବର୍ମା ଓ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବରିଷ୍ଠ ନେତା ଆଗାମୀ ଦିନରେ ଦଳ ଓ ସଂଗଠନକୁ କିଭଳି ମଜବୁତ କରିହେବ ସେନେଇ କର୍ମୀଙ୍କୁ ଉପଦେଶ ଦେଇଛନ୍ତି ।  ଧରାପୃଷ୍ଠରେ ଥିବା ପର୍ୟ୍ୟନ୍ତ ନବୀନଙ୍କୁ କ୍ଷମତାଚ୍ୟୁତ କରିବେ ନାହିଁ ଓଡ଼ିଶାବାସୀ । ଆଜି ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତାମାନେ ଏହିଭଳି ଦମ୍ଭୋକ୍ତି କରିଛନ୍ତି । କର୍ମୀମାନଙ୍କୁ ସମ୍ବୋଧନ କରି କହିଛନ୍ତି ବିରୋଧୀ ଷଡ଼ଯନ୍ତ୍ରର ମୁକାବିଲା ପାଇଁ ପ୍ରସ୍ତୁତ ରୁହ ।

Get real time updates directly on you device, subscribe now.