‘ସରକାର ଆସିବ ଯିବ, ବିଜୁ ବାବୁ ସର୍ବଦା ରହିବେ ଲୋକଙ୍କ ହୃଦୟରେ..’: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବିଜେପିକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଞ୍ଚାୟତିରାଜ ଦିବସ ପ୍ରସଙ୍ଗକୁ ନେଇ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ।

ସେ ଆହୁରି କହିଛନ୍ତି ଯେ, ଏବେ ବିମାନ ବନ୍ଦରର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି, କିଏ ଏହି ଦୋଷୀ ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ । ନାଁ ବଦଳାଇ ପାରନ୍ତି, ହେଲେ ଭଲପାଇବା ବଦଳାଇ ପାରିବେ ନାହିଁ। ଏହା ବିଜେପିର କ୍ଷୁତ୍ର ମନଭାବକୁ ପ୍ରକାଶ କରୁଛି।

ବିଜେଡି ସୁପ୍ରିମୋ ଆହୁରି କହିଛନ୍ତି ଯେ, ଇତିହାସକୁ ବଦଳାଇବା ପାଇଁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ସରକାର ଆସିବ ଯିବ ବିଜୁ ବାବୁ ସର୍ବଦା ଲୋକଙ୍କ ହୃଦୟରେ ରହିବେ।

ବିଜେପିକୁ ନବୀନଙ୍କ ପ୍ରଶ୍ନ: ଶେଷରେ ବିଜେପିକୁ ନବୀନ ପ୍ରଶ୍ନ ପଚାରି କହିଛନ୍ତି ଯେ, ପାରାଦୀପ ପୋର୍ଟ ବନ୍ଦ କରିପାରିବେ କି? ହାଲ୍‌, ଏନଟିପିସି, ଏନଆଇଟି ରାଉରକେଲା ବନ୍ଦ କରିପାରିବେ କି?