fbpx

(Video) ନବୀନ ନେଲେ ବଡ ନିଷ୍ପତ୍ତି, ବିଧାୟକଙ୍କୁ ବାଣ୍ଟିଲେ ବିଭାଗ: ସରକାର ଉପରେ ନିଘା ରଖିବାକୁ ଦେଲେ ଗୁରୁଦାୟିତ୍ୱ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ପରାଜୟ ପରଠାରୁ ବିଜୁ ଜନତା ଦଳକୁ ପୁଣିଥରେ ଗଢି ତୋଳିବାକୁ ଚେଷ୍ଟା କରୁଛନ୍ତି ସଭାପତି ନବୀନ ପଟ୍ଟନାୟକ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ନବୀନଙ୍କ ହାତରୁ ରାଜ୍ୟର ଶାସନ ଭାର ଚାଲିଯାଇଛି । ତେଣୁ ଦଳର ନବୀକରଣ ପାଇଁ ନେତାଙ୍କ ହାତରେ ଦାୟିତ୍ୱ ଧରାଇ ଦେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ତେବେ ଆଜି ସୁନାବେଶରେ ବିଜେଡି ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ ବଡ ନିଷ୍ପତି ।

ନିଷ୍ପତି ଅନୁସାରେ, ଶୁଭ ଦିନରେ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଂଟିଥିବା ମିଳିଛି । ସରକାରଙ୍କ କାର୍ୟ୍ୟ ଉପରେ ନଜର ରଖିବାକୁ ନିଜ ବିଧାୟକଙ୍କୁ ଦେଲେ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡିର ସଭାପତି । ରାଜା ସ୍ୱାଇଁଙ୍କୁ ରାଜସ୍ବ ବିଭାଗର ଦାୟିତ୍ୱ ପ୍ରଦାନ କରିଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ବଦ୍ରୀ ନାରାୟଣଙ୍କୁ ମହିଳା ଓ ଶିଶୁ ବିକାଶ ଉପରେ ନିଘା ରଖିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ନିରଞ୍ଜନ ପୂଜାରୀଙ୍କୁ ଗୃହବିଭାଗ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ ଉପରେ ନଜର ରଖିବାକୁ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ପ୍ରତାପ ଦେବଙ୍କୁ ଜିଏ ବିଭାଗ ଏବଂ ଅରୁଣଙ୍କୁ ଜଳ ସମ୍ପଦ ଉପରେ ନିଘା ରଖିବାକୁ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହା ସହିତ ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ତେବେ ବିଜେପି ଶାସନ ଭାର ହାତକୁ ନେବା ପରେ ବିଜେଡି ବିରୋଧୀ ଦଳ ଭାବରେ କାର୍ୟ୍ୟ ଭାର ତୁଳାଉଛି । ବହୁ ଦିନରୁ ବିଧାୟକଙ୍କ କାର୍ୟ୍ୟଭାର ନେଇ ସମସ୍ତେ ଦ୍ବନ୍ଦରେ ଥିବା ବେଳେ ବିଜେଡିରେ ଦ୍ଵନ୍ଦ ମୁଣ୍ଡ ଟେକିଥିଲା । ତେବେ ସବୁ କଳ୍ପନା ଜଳ୍ପନା ଉପରୁ ପରଦା ଉଠେଇଛନ୍ତି ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଗକୁ ସରକାର ଶାସନ ଭାର ସମ୍ଭାଳିବା ବେଳେ, ବିରୋଧୀ ଦଳ ଭାବରେ ଗଣତନ୍ତ୍ରର ରକ୍ଷା କରିବେ ବୋଲି ବିରୋଧୀ ଦଳ ନେତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.