(Video) ହିଡ ମୁଣ୍ଡରେ ନବୀନ, ବିରୋଧୀକୁ ଯିବା ପରେ ଚାଷୀଙ୍କ ଦୁଃଖ ବୁଝୁଛନ୍ତି
ହି କାମ ନବୀନ ଶାସନ କାଳରେ କରିଥାନ୍ତେ ତେବେ ନବୀନ ହାରି ନ ଥାନ୍ତେ; ନବୀନଙ୍କ ପାଇଁ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ରହିଛି ୮
ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାର ସ୍ୱାଦ ଚାଖୁଥିବା ନେତା ଚାଷୀଙ୍କ ବିଲରେ । ଗତକାଲି ସେ ଗଞ୍ଜାମ ଯାଇଥିଲେ । ଆଜି ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ଏହି ଗସ୍ତ ଚାଷୀଙ୍କ ଦୁର୍ଦ୍ଦଶା ଦେଖିବା ପାଇଁ ଉଦ୍ଦିଷ୍ଟ ।
ଆଜି ନବୀନ ସତ୍ୟବାଦୀରେ ପହଞ୍ଚି ଚାଷୀଙ୍କ ଚାଷ ଜମିରେ ପହଞ୍ଚିଥିଲେ । ତାଙ୍କ ସହ ଦଳୀୟ ନେତା । ସେଠି ସେ ଚାଷୀଙ୍କ ଦୁର୍ଦଶା ସମ୍ପର୍କରେ ପଚାରି ବୁଝିଛନ୍ତି । ଏଥିସହ ଚାଷୀଙ୍କୁ ତୁରନ୍ତ ସେମାନଙ୍କ କ୍ଷତିପୂରଣ ଦେବାକୁ ସରକାରଙ୍କୁ କହିଛନ୍ତି ।
ତେବେ ନବୀନଙ୍କ ଏହି ଗସ୍ତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରାଜନୈତିକ ବିଶେଷଜ୍ଞଙ୍କ କଟାକ୍ଷ ନବୀନଙ୍କ ଗସ୍ତକୁ ନେଇ । ଯଦି ଏହି କାମ ନବୀନ ଶାସନ କାଳରେ କରିଥାନ୍ତେ ତେବେ ନବୀନ ହାରି ନ ଥାନ୍ତେ ବୋଲି କହୁଛନ୍ତି ।
ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଲଗାତର କ୍ଷମତାରେ ଥିଲେ । କିନ୍ତୁ ଦେଶରେ ଧାନ ଉତ୍ପାଦନକାରୀ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ରହିଛି ୮ା ସେହିପରି ଦେଶରେ ଚାଷୀଙ୍କ ମୁଣ୍ଡପିଛା ଆୟ ୧୦ ହଜାର ଉପରେ ହୋଇଥିବା ବେଳେ ଆମ ରାଜ୍ୟରେ ଏହା ଅଧା, ଅର୍ଥାତ୍ ୫ ହଜାର ଟଙ୍କା । ଏଥିରୁ ନବୀନଙ୍କ ପାରିଲା ପଣିଆ ଜଣାପଡିଛି ।
ସେହିପରି ପୂର୍ବରୁ ମଧ୍ୟ ଅନେକ ସମୟରେ ଅଦିନିଆ ବର୍ଷା ପାଇଁ ଚାଷ ଉଡୁଡିଛି । କିନ୍ତୁ ସେତେବେଳେ କେବେ ବି ନବୀନ ଚାଷୀଙ୍କ ପାଖକୁ କି ବିଲକୁ ଯାଇନଥିଲେ । ନବୀନ ନିବାସ ତାଙ୍କ ପାଇଁ ଥିଲା ଭୁସ୍ୱର୍ଗ ।
ଏବେ ବିରୋଧୀ ଦଳକୁ ଯିବା ପରେ ଚେତା ପଶିଛି ନବୀନଙ୍କର ବୋଲି କୁହାଯାଉଛି । ଯଦି ପୂର୍ବରୁ ନବୀନ ଲୋକଙ୍କ ସହ ସିଧାସଳଖ ଯୋଡି ହୋଇଥାନ୍ତେ, ତେବେ ୬ଷ୍ଠ ଥର ପାଇଁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଏହାକୁ ନେଇ ବରିଷ୍ଠ ରାଜନୈତିକ ବିଶାରଦ ନବୀନଙ୍କୁ ସମାଲୋଚନା କରିଛନ୍ତି । ଏଥିସହ ମଧ୍ୟ ନବୀନଙ୍କ ଏହି ଗସ୍ତ ସରକାର ଉପରେ ଚାପ ପକାଇବ ବୋଲି କହିଛନ୍ତି ।
https://youtu.be/LBUwZ59wJjg?si=KrSbRnFDwlJHLOe0