ନବୀନ ନେଲେ ମୁସଲମାନ ବେଶ, ମୁଣ୍ଡରେ ରହିଛି ଟୋପି କାନ୍ଧରେ ଗାମୁଛା

ରମଜାନରେ ମୁସଲିମ ବେଶ ନେଇ ଅଭିନନ୍ଦନ ଜଣାଇଲେ ବିଜେଡି ସୁପ୍ରିମୋ।

ଭୁବନେଶ୍ୱର: ମୁସଲମାନ ବେଶ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଣ୍ଡରେ ରହିଛି ମୁସଲିମ୍ ଟୋପି ଆଉ କାନ୍ଧରେ ରହିଛି ଗାମୁଛା। ଆଉ ଶହ ଶହ ମୁସଲମାନ ଭାଇ ଭଉଣୀଙ୍କ ସହ ମିଶି ଇଦ୍ ପାଳିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ହଁ ମୁସଲମାନ ଭାଇ ଭଉଣୀଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ରମଜାନ। ଆଉ ଏହି ରମଜାନକୁ ଦୀର୍ଘ ଏକମାସ କାଳ ନିଷ୍ଠା ସହକାରେ ପାଳନ କରିଥାନ୍ତି ସମସ୍ତ ମୁସଲିମ୍। ଆଉ ଗତକାଲି ଥିଲା ରମଜାନ।

ଏହି ରମଜାନ ଅବସରରେ ବିଜେଡି ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଠାରେ ଶହ ଶହ ମୁସଲମାନ ଭାଇ ଭଉଣୀ ଉପସ୍ଥିତ ଥିଲେ। ଉ ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ଆଉ ରମଜାନରେ ନବୀନ ମୁସଲମାନ ବେଶ ଧାରଣ କରି ସମସ୍ତଙ୍କୁ ପବିତ୍ର ରମଜାନର ଶୁଭେଚ୍ଛା ଜଣାଇଥିଲେ। ହି ଅବସରରେ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।