fbpx
BSKY
BJD SHG SKY
BJD MC SKY

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି?

ଭୁୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ନବୀନ ଏହି ଚିଠି ଲେଖିଥିବା ଜଣାପଡିଛି । କୋଭିଡ ସଙ୍କଟରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ଟିକାକରଣ । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ରାଜନୈତିକ ବିବିଧତା ସତ୍ତ୍ୱେ ଏକ ହୋଇ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ତେବେ କିଛି ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଥିଲେ ବି ସଫଳତା ପାଇନାହାନ୍ତି । ଟିକା ଯୋଗାଣରେ କେନ୍ଦ୍ରୀୟ ନିୟନ୍ତ୍ରଣ ଯୋଗୁଁ ଏହି ସଫଳତା ମିଳୁନାହିଁ । ରାଜ୍ୟରେ ଟିକାକରଣର ନିୟନ୍ତ୍ରଣ ରାଜ୍ୟ ହାତରେ ରଖିବାକୁ ନବୀନ ମତ ଦେଇଛନ୍ତି ।

ଏହା ସହ ନବୀନ କହିଛନ୍ତି ଯେ, କେନ୍ଦ୍ର ଟିକା କିଣି ରାଜ୍ୟଗୁଡିକୁ ଯୋଗାଇବା ବ୍ୟବସ୍ଥା କରୁ । ତୃତୀୟ ଲହର ଆସିବା ଆଗରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଜରୁରୀ । ଜୀବନ ଓ ଜୀବିକା ଲାଗି ସଂଘୀୟ ବ୍ୟବସ୍ଥାରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.