ପବନରେ ଫସିଗଲା ପାରାଚ୍ୟୁଟ, ସମୁଦ୍ରରେ ଖସିପଡିଲେ ନୌସେନା ଅଧିକାରୀ

ନୌସେନା କମାଣ୍ଡର ଅପରେସନାଲ ପ୍ରଦର୍ଶନର ଅଭ୍ୟାସ ବେଳେ ସମୁଦ୍ରରେ ଖସିପଡିଲେ ନୌସେନା ଅଧିକାରୀ । ଉଦ୍ଧାର କଲେ ନୌସେନା କର୍ମୀ ।

ନୂଆଦିଲ୍ଲୀ: ଅଭ୍ୟାସ ବେଳେ ଖସିପଡିଲେ ଭାରତୀୟ ନୌସେନା ଅଧିକାରୀ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଦର୍ଶନ ସମୟରେ କୌଣସି କାରଣ ପାଇଁ ସମୁଦ୍ରରେ ଖସିପଡିଥିଲେ ଅଧିକାରୀ । ତେବେ ସୌଭାଗ୍ୟବଶତଃ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ରାମକୃଷ୍ଣ ବ୍ରିଚିରେ ନୌସେନା କମାଣ୍ଡର ଅପରେସନାଲ ପ୍ରଦର୍ଶନର ଅଭ୍ୟାସ ଚାଲିଥିଲା । ଏହି ସମୟରେ କୌଣସି କାରଣରୁ ପାରାଚ୍ୟୁଟ୍ ପବନରେ ଫସି ଯାଇଥିଲା ।

ସତଚେଷ୍ଟା କରିବା ସତ୍ତ୍ବେ ସେମାନଙ୍କୁ ନିଜକୁ ସୁରକ୍ଷିତ ରଖିପାରିନଥିଲେ । ଫଳରେ ନୌସେନା ଅଧିକାରୀ ସମୁଦ୍ରରେ ଖସିପଡିଥିଲେ । ସମୁଦ୍ରରେ ଖସିପଡିବା ହେତୁ ନୌସେନା ଅଧିକାରୀଙ୍କୁ ବିଶେଷ ଆଘାତ ଲାଗିନଥିଲା ।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପାରାଚ୍ୟୁଟ୍ ପରସ୍ପର ସହ ଫସି ଯାଉଥିବା ବେଳେ ସମୁଦ୍ରରେ ଖସିପଡୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ନୌ‌ସେନା ଟିମ ଦୁଇ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।