ୱାୟନାଡ ଆସନରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ନାଭ୍ୟା ହରିଦାସ: ୮ଟି ରାଜ୍ୟର ଉପନିର୍ବାଚନ ପାଇଁ ୨୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: କେରଳର ୱାୟନାଡ ଆସନରେ ପୂର୍ବରୁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ବିଜେପି ଏହି ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ୱାୟନାଡ ଆସନ ପାଇଁ ନାଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏଥିସହିତ ଦେଶର ୯ଟି ରାଜ୍ୟର ଉପନିର୍ବାଚନ ପାଇଁ ୨୪ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ପାଇଁ ଏହି ପ୍ରାର୍ଥୀ ତାଲିକା ଜାରି କରାଯାଇଛି ।

ଏଥିସହିତ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ୱାୟନାଡ ଲୋକସଭା ଆସନରେ ନଭେମ୍ବର ୧୩ରେ ଭୋଟ ହେବ ଓ ୨୩ରେ ଫଳାଫଳ ଘୋଷଣା କରାଯିବ । ରାହୁଲ ଗାନ୍ଧୀ ଏହି ଆସନରୁ ଇସ୍ତଫା ଦେବା ପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା । ଏବେ ଭାଇଙ୍କ ସ୍ଥାନରେ ପ୍ରିୟଙ୍କା ଏହି ଆସନରୁ ସଂସଦକୁ ଯିବାକୁ ପ୍ରୟାସ କରିବେ । ଅନ୍ୟପକ୍ଷରେ ପ୍ରିୟଙ୍କାକୁ ଏହି ଆସନରେ କଡ଼ା ଟକ୍କର ଦେବେ ବିଜେପି ପ୍ରାର୍ଥୀ ନାଭ୍ୟା ହରିଦାସ ।

Get real time updates directly on you device, subscribe now.