ସାଙ୍ଗରେ ରହିବାକୁ କାନ୍ଦି କାନ୍ଦି ଘରୁ ପଳାଇଲେ ୩ ଝିଅ ସାଙ୍ଗ, ଜଣେ ହେଲା ସ୍ୱାମୀ. ଜଣେ ହେଲା ଦିଅର
୧୯ ଜୁଲାଇରେ ମାକସର୍ଟ ଆଣିବାକୁ କହି ୩ ଜଣ ସାଙ୍ଗ ଘରୁ ଫେରାର ହୋଇଯାଇଥିଲେ।
ବିହାର: ତିନି ସାଙ୍ଗଙ୍କ ଅଦ୍ଭୁଦ କାରନାମା। ଯାହା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ଏକାଠି ରହିବା ପାଇଁ ଘରୁ ଫେରାର ହୋଇଗଲେ ୨ ନାବାଳିକା ସାଙ୍ଗ। ଖାଲି ଏତିକିରେ କଥା ସରିନଥିଲା। କାଳେ ତାଙ୍କୁ କିଏ ଖୋଜିକି ପାଇଯିବ ସେଥିପାଇଁ ବଦଳାଇ ଦେଲେ ନିଜ ଚେହେରା।
୨ ଜଣ ସାଙ୍ଗ ପରସ୍ପରକୁ ବିବାହ କରିଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଦିଅର ହୋଇ ପରିଚୟ ଲୁଚାଇ ଏକାଠି ରହୁଥିଲେ। ପୋଲିସ ଲୋକେସନ୍ ଟ୍ରେସ କରି ୩ ନାବାଳିକାଙ୍କ ପାଖରେ ପହଞ୍ଚିଥିଲା । ସେମାନଙ୍କ ରୂପ ଦେଖି ତାଜୁବ ହୋଇଯାଇଥିଲା ପୋଲିସ।
ବିହାର ନବାଦାରେ ୩ ଜଣ ସାଙ୍ଗ ଘରୁ ପଳାଇ ଯାଇଥିଲେ। ଯେତେବେଳେ ୩ ସାଙ୍ଗଙ୍କୁ ତାଙ୍କ ପରିବାର ଲୋକ ପାଇ ନଥିଲେ ପୋଲିସରେ ଅଭିଯୋଗ କରିଥିଲେ।
ପୋଲିସ ୩ ଜଣଙ୍କ ଲୋକେସନ ସୁରଟରେ ପାଇଥିଲା। ୩ଜଣଙ୍କୁ ସୁରଟରୁ ଧରି ବିହାର ଆଣିଥିଲା ପୋଲିସ।
୩ ଜଣ ନାବାଳିକା ସାଙ୍ଗ ସ୍କୁଲରେ ପଢ଼ୁଥିଲେ। ୧୯ ଜୁଲାଇରେ ମାକସର୍ଟ ଆଣିବାକୁ କହି ୩ ଜଣ ସାଙ୍ଗ ଘରୁ ଫେରାର ହୋଇଯାଇଥିଲେ।
୩ ଜଣ ସାଙ୍ଗ ଏକାଠି ରହିବେ କହି ଏଭଳି ନିଷ୍ପତି ନେଇ ଘରୁ ଫେରାର ହୋଇଯାଇଥିଲେ।
ଖାଲି ଏତିକିରେ ସରିନଥିଲା କାହାଣୀ। ୨ ଜଣ ନାବାଳିକା ପରିଚୟ ଲୁଚାଇବାକୁ ପରସ୍ପର ବିବାହ କରିଥିଲେ। ଅନ୍ୟ ଜଣେ ସାଙ୍ଗ ଦିଅର ହୋଇ ପରିଚୟ ଲୁଚାଇ ଏକ ଟେକ୍ସଟାଇଲ ମିଲରେ କାମ କରି ରହୁଥିଲେ।
ଏପଟେ ପରିବାର ପକ୍ଷରୁ ୨ ଦିନ ଖୋଜାଖୋଜି କରିବା ପରେ ପୋଲିସକୁ ମାମଲା ଜଣାଇଥିଲେ। ପୋଲିସ ଲୋକେସନ ଟ୍ରେସ କରି ଜାଣିବାକୁ ପାଇଥିଲା ୩ଜଣ ସୁରଟରେ ଅଛନ୍ତି।
ନିମନାରଙ୍ଗଜ ଥାନା ପ୍ରଭାରୀ ବିନୟ କୁମାରଙ୍କ ଅନୁସାରେ ଏହା ଏକ ଅସମାନ୍ୟ ମାମଲା। ସବୁ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି। ୩ ନାବାଳିକାଙ୍କ ବୟାନ ରେକର୍ଡ ହେବା ପରେ ଏହା ସ୍ପଷ୍ଟ ହେବ କି କେଉଁ ଦିଗରେ ମାମଲାର ତଦନ୍ତ କରାଯିବ।