ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୈନି, ମୋଦୀଙ୍କ ସହ ଯୋଗଦେବେ ମୋହନ ମାଝୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସୈନି ଯୁଗ । ବୁଧବାର ପଞ୍ଚକୁଲାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଇଛନ୍ତି । ଆଜି ଦ୍ବିତୀୟ ଥର ପାଇଁ ସେ ଶପଥ ନେବେ । କହିରଖୁଛୁ କି, 54 ବର୍ଷୀୟ ସୈନି ଗତ ମାର୍ଚ୍ଚ ମାସରେ ମନହୋର ଲାଲ ଖଟ୍ଟରଙ୍କ ସ୍ଥାନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସୈନିଙ୍କ ନେତୃତ୍ବରେ ବିଜେପି ହରିୟାଣାରେ ତୃତୀୟ ଥର ପାଇଁ ହରିୟାଣାରେ ରେକର୍ଡ ବିଜୟ ହାସଲ କଲା ।

ଖବର ଅନୁସାରେ, ଗତକାଲିର ବୈଠକରେ ବିଧାୟକ କୃଷ୍ଣ କୁମାର ବେଦୀ ସୈନିଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହାକୁ ଅନିଲ ଭିଜ ଏବଂ ଆରତି ରାଓ ସମର୍ଥନ କରିଥିଲେ । ଏହାପରେ ସେ ରାଜଭବନ ଯାଇ ଦତ୍ତାତ୍ରେୟଙ୍କର ନିକଟରେ ସରକାର ଗଠନ ପାଇଁ ଦାବି କରିଥିଲେ । ଆଜି 11ଟା ସମୟରେ ପଞ୍ଚକୁଲାର ଦଶହରା ପଡିଆରେ ସୈନି ସରକାର ଶପଥ ନେବେ । ଏହି ଶପଥ ଗ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଏନଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶପଥ ନେବା ନେଇ କାର୍ଯ୍ୟକ୍ରମ ରହିଛି । ଏହାସହିତ ବିଜେପିରୁ ମୋଟ 13 ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 16 ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ତେବେ ସୈନି ଶପଥ ନେବା ପରେ ଚଣ୍ଡିଗଡରେ ଏନଡିଏ ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.