fbpx

ଏହି ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି, ସାମିଲ ହେବେ ପିଏମ ମୋଦୀ

ନୂଆଦିଲ୍ଲୀ: ହରିୟାଣାରେ ନାୟବ ସିଂହ ସୈନି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। କାର୍ଯ୍ୟକ୍ରମର ଆୟୋଜନ ପଞ୍ଚକୁଲାରେ ହେବ ଏବଂ ଶପଥ ଗ୍ରହଣର କାର୍ଯ୍ୟକ୍ରମ ସକାଳ ୧୦ଟାରେ ହେବ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ସେକ୍ଟର ୫ ସ୍ଥିତ ଦଶହରା ଗ୍ରାଉଣ୍ଡରେ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପାର୍ଟୀର ବରିଷ୍ଠ ନେତା ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବିଜେପି ଲଗାତାର ତୃତୀୟ ଥର ହରିୟାଣାରେ ସରକାର ଗଠନ କରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ମଧ୍ୟ ନେବେ ଶପଥ।

ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ଲଢାଯାଇଥିବା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। କୃଷକ ଏବଂ କୁସ୍ତି ଆନ୍ଦୋଳନ ପରେ ବିଜେପି ସରକାର ବିରୋଧରେ ଗଢିଉଠିଥିବା ନିର୍ବାଚନରେ ବିଜେପି ବିଜୟର ପତାକା ଉଡାଇଛି। ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ୩୭ ସିଟରେ ବିଜୟ ହାସଲ କରିଛି। ଆଇଏନଏଲଡିକୁ ୨ ସିଟ ମିଳିଥିବା ବେଳେ ଅନ୍ୟାନ୍ୟ ପ୍ରାଥୀଙ୍କୁ ୩ଟି ସିଟ ମିଳିଛି। ଅଧିକ ସ୍ୱାଧୀନ ଦଳର ପ୍ରାର୍ଥୀମାନେ ବିଜେପିକୁ ସମର୍ଥନ କରିପାରିବେ।

Get real time updates directly on you device, subscribe now.