fbpx

ନାଜି କ୍ୟାମ୍ପର ପୂର୍ବତନ ଗାର୍ଡ ଜୋଶେଫ ଶୁଏଜଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି କ୍ୟାମ୍ପରେ ଜଣେ ଗାର୍ଡ ଭାବେ କାର୍ଯ୍ୟ କରିଥିବା ଜାଶେଫ ଶୁଏଜଙ୍କ ପରଲୋକ ଘଟିଛି । ଯୋଶେଫ ୧୦୨ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଗତବର୍ଷ ଜୁନ୍ ମାସରେ ସେ ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେଥିପାଇଁ ତାଙ୍କୁ ୫ ବର୍ଷର ଜେଲଦଣ୍ଡାଦେଶ ଘୋଷଣା ହୋଇଥିଲା । ତେବେ ମାମଲା ବିଚାରାଧୀନ ରହିଥିବା ବେଳେ ସେ ମୁକ୍ତ ଭାବେ ବୁଲିପାରିବେ ବୋଲି ଅନୁମତି ଦିଆଯାଇଥିଲା ।

୧୯୪୨ ଓ ୧୯୪୫ରେ ଜୋସେଫ ଉତ୍ତର ବର୍ଲିନର କ୍ୟାମ୍ପରେ ଜଣେ କଏଦୀ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଅତିକମରେ ୩୫୦୦ ହତ୍ୟା ପାଇଁ ତାଙ୍କୁ ଆନୁଷଙ୍ଗିକ ଭାବେ ଦାୟୀ କରାଯାଇଥିଲା । ହୋଲୋକାଷ୍ଟରେ ଅଂଶଗ୍ରହଣ କରିବା ସମୟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ମୁକ୍ତ ଭାବେ ବୁଲିବା ପାଇଁ ଅନୁମତି ରହିଥିଲେ ହେଁ ଯେ କୌଣସି ସମୟରେ ଜେଲ ଯାଇପାରନ୍ତି ବୋଲି କୁହାଯାଉଥିଲା ।

ମାମଲାର ବିଚାର ସମୟରେ ଜୋଶେଫ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଯୁଦ୍ଧ ପରେ ଜର୍ମାନୀକୁ ଫେରିବା ପୂର୍ବରୁ ତାଙ୍କୁ ରୁଷିଆର କଏଦୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଜଣେ କୃଷକ ଓ ଲକସ୍ମିଥ ଭାବେ କାର୍ଯ୍ୟ କରିଥିଲେ । ୧୯୩୬ରୁ ୧୯୪୫ ମଧ୍ୟରେ ସାଚସେନହାଉସେନ କ୍ୟାମ୍ପରେ ୨ ଲକ୍ଷରୁ ଅଧିକ ଶାସକ ବିରୋଧୀ, ଇହୁଦୀ, ରୋମା, ସମଲିଙ୍ଗୀଙ୍କୁ ବନ୍ଦୀ କରି ରଖାଯାଇଥିଲା । ଶ୍ରମ, ହତ୍ୟା, ମେଡିକାଲ ପରୀକ୍ଷଣ, କ୍ଷୁଧା, ରୋଗ କାରଣରୁ ୧୯ ହଜାରରୁ ଅଧିକ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.