fbpx

କୋର୍ଟରେ ହାଜର ହେଲେ ଆର୍ଯ୍ୟନ ଖାନ: ୧୧ ତାରିଖ ଯାଏଁ ରିମାଣ୍ଡରେ ଦାବି କଲା NCB

ମୁମ୍ବାଇ: ଡ୍ରଗ୍ସ ସେବନ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆସନ୍ତା ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରାଯାଇଛି । ପୂର୍ବରୁ ଆର୍ଯ୍ୟନଙ୍କୁ ଏନସିବି ଦୁଇ ଦୁଇ ଥର ରିମାଣ୍ଡରେ ନେଇ ସାରିଛି । ପ୍ରଥମ ଥର ଦିନିକିଆ ଏବଂ ପରବର୍ତ୍ତୀ ସମୟରେ ୪ ଦିନିଆ ରିମାଣ୍ଡରେ ନେଇଥିଲା ଏନସିବି । ଏହି ମାମଲାରେ ଅଦ୍ୟାବଧି ୧୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇ ସାରିଛି ।
ଶନିବାର କ୍ରୁଜ ଲାଇନରରେ ରେଭ ପାର୍ଟି ସମୟରେ ଏନସିବି ପକ୍ଷରୁ ଚଢାଉ କରାଯାଇ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ସମୟରେ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମ ଚରସ ଏବଂ ୨୨ଟି ଏକ୍ସଟାସି ପିଲ ମଧ୍ୟ ଜବତ ହୋଇଥିଲା ।

Get real time updates directly on you device, subscribe now.