fbpx

NCERT ଆଣିଲା ନୂଆ ନିୟମ! ଦ୍ୱାଦଶ ବୋର୍ଡ ରେଜଲ୍ଟରେ ଅନ୍ତର୍ଭୁକ୍ତ ହେବ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାରେଁ ଏକ ନୂଆ ମୂଲ୍ୟାଙ୍କନ ମଡେଲ ଲାଗୁ କରିବାକୁ ଏନସିଇଆରଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କର ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନକୁ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ ସମୟରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଏନସିଇଆରଟିର ପରଫର୍ମାନ୍ସ ଆସେସମେଣ୍ଟ, ରିଭ୍ୟୁ ଓ ନଲେଜର ସମଗ୍ର ବିକାଶର ବିଶ୍ଲେଷଣ (ପ୍ରକାଶ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଛାତ୍ରଛାତ୍ରୀଙ୍କ ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନ ଆଧାରରେ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ କରାଯିବ । ସେଥିରେ ବ୍ୟବସାୟିକ ଓ କୌଶଳ-ଆଧାରିତ ପ୍ରଶିକ୍ଷଣକୁ ମଧ୍ୟ ସାମିଲ କରାଯିବ । ‘ଶିକ୍ଷା ବୋର୍ଡମାନଙ୍କ ମଧ୍ୟରେ ସମକକ୍ଷ ସ୍ଥାପନ କରିବା’ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି । ଏହି ମଡେଲ ଅନୁସାରେ, ନବମ ଶ୍ରେଣୀରେ ୧୫ ପ୍ରତିଶତ, ଦଶମରେ ୨୦ ପ୍ରତିଶତ, ଏକାଦଶରେ ୨୫ ପ୍ରତିଶତ ଓ ଶେଷ ୪୦ ପ୍ରତିଶତ ଅଙ୍କ ଦ୍ୱାଦଶରୁ ନିଆଯିବ ।

ନବମ ଶ୍ରେଣୀରେ ୭୦ ପ୍ରତିଶତ ଅଙ୍କ ଫର୍ମେଟିଭ ଆସେସମେଣ୍ଟ ଓ ୩୦ ପ୍ରତିଶତ ସମେଟିଭ ଆସେସମେଣ୍ଟ ଆଧାର ହେବ । ଦଶମ ଶ୍ରେଣୀରେ ଫର୍ମେଟିଭ ଓ ସମେଟିଭ ଆସେସମେଣ୍ଟକୁ ୫୦-୫୦ ପ୍ରତିଶତରେ ସମାନ ଭାଗ କରାଯିବ । ଏକାଦଶ ଶ୍ରେଣୀରେ ୪୦ ପ୍ରତିଶତ ଅଙ୍କ ସମେଟିଭ ଓ ୬୦ ପ୍ରତିଶତ ସମେଟିଭ ଆସେସମେଣ୍ଟରୁ ନିଆଯିବ । ଦ୍ୱାଦଶରେ ୩୦ ପ୍ରତିଶତ ଅଙ୍କ ଫର୍ମେଟିଭ ଓ ୭୦ ପ୍ରତିଶତ ସମେଟିଭ ଆସେସମେଣ୍ଟ ଆଧାରରେ ହେବ ।

Get real time updates directly on you device, subscribe now.