fbpx

୫୦ ହଜାରର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା ସହ ୧୫ କୋଟିର ପାର୍ଟି; ସମୀର ୱାଂଖେଡେଙ୍କ ଉପରେ ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ

Advertisement

ମୁମ୍ବାଇ: ଏନସିବିର ଜୋନଲ ଡାଇରେକ୍ଟର ସମୀର ୱାଂଖେଡେଙ୍କ ନାରେ ବିବାଦ ଥମିବାରେ ନା ନେଉନି । ପୁଣି ଏନସିପି ନେତା ଏବଂ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ ଗଣମାଧ୍ୟମ ସାମ୍ନାକୁ ଆସିଛି । ସମୀରଙ୍କ ନାରେ ଥିବା ପୁରୁଣା ଏତଲା ସମେତ ସମସ୍ତ ଚିଠା ଖୋଲିବାରେ ଲାଗି ପଡିଛନ୍ତି ନବାବ । ଆକ୍ଷେପ ଅନୁଯାୟୀ ସମୀରଙ୍କ ପାଖରୁ ଗତ ବର୍ଷ ପ୍ରାୟ ୫୦ ହଜାରର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା ସହ ୧୫ କୋଟିର ପାର୍ଟି କରିଥିବା ରେକର୍ଡରେ ମାମଲା ଦାୟର ରହିଛି ।

ଏଠାରେ ପୁଣି କହି ରଖୁଛୁ ମହାରାଷ୍ଟ୍ରରେ କ୍ରୁସ ଡ୍ରଗ୍ସ କେସ୍ରୁ ଆରମ୍ଭ ହୋଇଥିବା ମନ୍ତ୍ରୀ ନବାବ ମଲିକ ଏବଂ ଏନସିବି ଜୋନଲ ଡାଇରେକ୍ଟର ସମୀର ୱାଂଖେଡେଙ୍କ ମଧ୍ୟରେ ଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଏବଂ ଏନସିବି ନେତା ନବାବ ମଲିକ ମଙ୍ଗଳବାର ପୁଣି ଏକ ପ୍ରେସ କନଫରେନ୍ସ ଜରିଆରେ ସମୀର ୱାଂଖେଡେଙ୍କ ଉପରେ ବଡ ଧରଣର ଦୋଷାରୋପ କରିବା ସହ ମଲିକ ଗଣମାଧ୍ୟମକୁ କହିଥିଲେ ସମୀର ଯେଉଁ ଜୋତା ପିନ୍ଧିଛନ୍ତି, ତାହାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କର ସାର୍ଟର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ରହିଛି ।

ଆହୁରି ମଧ୍ୟ ନବାବ କହିଛନ୍ତି, ୨୦୨୦ରେ ସମୀର ୱାଂଖେଡେଙ୍କ ଆସିବା ପରେ ଗୋଟିଏ କେସ ଆସିଥିଲା, ଯେଉଁ ମାମଲାର ନା ମଲିକ ନଉଠାଇ ସିଧାସଳଖ କହିଥିଲେ, ସେଥିରେ ଶ୍ରଦ୍ଧା କପୁର ସମେତ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ ଏବଂ ବଲିଉଡ୍ର ଅନେକ ନାମୀଦାମୀ ତାରକାଙ୍କୁ ସେହି କେସ ସମ୍ବନ୍ଧିତ ପଚାରାଉଚରା ପାଇଁ ଡକା ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ନା ସେହି ମାମଲା ବନ୍ଦ ହୋଇଛି ନା ଚାର୍ଜସିଟ୍ ଦାଖଲ ହୋଇପାରିଛି । ମଲିକଙ୍କ ମତରେ ଏମିତି କଣ କାରଣ ରହିଛି ଯେଉଁଥି ପାଇଁ ୧୪ ମାସରୁ କେସ୍ଟି ପଡି ରହିଛି ଯାହାର ସମାଧାନ ହୋଇପାରୁନି । ଏଥିସହ ଏନସିବି ଭିଜିଲାନ୍ସ ଟିମ୍ ଏହାର ସମସ୍ତ ଯାଂଚ କରିବା ନେଇ ସେ କହିଥିଲେ । ସମସ୍ତ ଅଧିକାରୀ ଟେଲିଭିଜନରେ ଆସୁଛନ୍ତି କିନ୍ତୁ କୌଣସି ଅଧିକାରୀଙ୍କ ସାର୍ଟର ମୂଲ୍ୟ ହଜାରେ କିମ୍ବା ୫ଶହରୁ ଅଧିକ ନଥିବା ନବାବ ମଲିକ କହିଛନ୍ତି ।

 

Get real time updates directly on you device, subscribe now.