fbpx

Bournvitaର ବଢ଼ିଲା ମୁସ୍କିଲ: ୭ ଦିନ ମଧ୍ୟରେ ରିପୋର୍ଟ ଦିଅ, କମ୍ପାନୀକୁ NCPCRଙ୍କ ନୋଟିସ 

ନୂଆଦିଲ୍ଲୀ: ଛୋଟପିଲାଙ୍କ ପ୍ରିୟ ଖାଦ୍ୟ କ୍ୟାଡବରୀ ବର୍ଣ୍ଣବିଟାର ମୁସ୍କିଲ ବଢ଼ିଯାଇଛି । କମ୍ପାନୀର ଖାଦ୍ୟ ସାମଗ୍ରୀରେ ଚିନିର ମାତ୍ରାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବର୍ଣ୍ଣବିଟାରେ ଚିନିର ମାତ୍ରା ଯଥେଷ୍ଟ ଅଧିକ ରହିଥିବା ନେଇ ଗତ ୨୪ ତାରିଖରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ରେବନ୍ତ ହିମନ୍ତସିଙ୍ଗକା ଏକ ଭିଡିଓ ଜାରି କରିଥିଲେ । ବର୍ଣ୍ଣବିଟା ଏକ ପାନୀୟ ନୁହେଁ । ସେଥିରେ ପ୍ରଚୁର ମାତ୍ରାରେ ସୁଗାର ରହିଥିବାରୁ ତାହା ସାଲିଡସ ଓ କ୍ୟାନସର ସୃଷ୍ଟି କରିଥାଏ ବୋଲି ରେବନ୍ତ ଉକ୍ତ ଭିଡିଓରେ କହିଥିଲେ ।

ତେବେ ଏହା ମଧ୍ୟରେ ବର୍ଣ୍ଣବିଟା କମ୍ପାନୀ ନିକଟକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର)ଙ୍କ ପକ୍ଷରୁ ଏକ ନୋଟିସ୍ ପଠାଯାଇଛି । ଆୟୋଗଙ୍କ ନିକଟରେ କରାଯାଇଥିବା ଅଭିଯୋଗ ମୁତାବକ, ବର୍ଣ୍ଣବିଟାରେ ସୁଗାର ଓ ଅନ୍ୟ ପଦାର୍ଥ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଏହା ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତେବେ ଏହି ମାମଲାରେ ଏକ ପ୍ୟାନେଲ ଗଠନ କରି ୭ ଦିନ ମଧ୍ୟରେ ରିପୋର୍ଟ ପଠାଇବାକୁ କମ୍ପାନୀକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରେବନ୍ତଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ କମ୍ ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଯାଇଥିଲା । ଏପରିକି ଏହି ଭିଡିଓକୁ ବଲିଉଡ ଅଭିନେତା ପରେଶ ଓ ରାୱଲ ଓ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ମଧ୍ୟ ଶେୟାର କରିଥିଲେ । ଏହି ଭିଡିଓକୁ ନେଇ ରେବନ୍ତଙ୍କ ନିକଟକୁ କମ୍ପାନୀ ଲିଗାଲ ନୋଟିସ୍ ପଠାଇଥିଲା । ରେବନ୍ତଙ୍କ ଯୁକ୍ତି ତ୍ରୁଟିଯୁକ୍ତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ତେବେ ଏହି ନୋଟିସ୍ ପାଇବା ପରେ ରେବନ୍ତ ଉକ୍ତ ଭିଡିଓକୁ ଡିଲିଟ କରିଦେବା ସହିତ କ୍ଷମାପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.