fbpx

୨୪ଘଣ୍ଟାରେ ପାଖାପାଖି ୨୧ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩ା୭: ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୦ହଜାର ୯୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୯ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୫ହଜାର ୫୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ହଜାର ୨୧୩କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୭୯ହଜାର ୮୯୧ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ଲକ୍ଷ ୨୭ହଜାର ୪୩୯ଜଣ ଚିକିତ୍ସିତ ଅଛନ୍ତି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.