fbpx

ଡାକ୍ତରଙ୍କ ଭୁଲ ପାଲଟିଲା ଅଭିଶାପ! ୧୧ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି ଓ ସୂତା

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହାକୁ କି କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଜଣେ ମହିଳାଙ୍କ ପେଟ ଭିତରୁ ଛୁଞ୍ଚି ଓ ସୂତା ବାହାରିବା ଘଟଣା ଏବେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଯନ୍ତ୍ରଣା ଏତେ ଅଧିକ ହେଉଥିଲା ଯେ ମହିଳା ଜଣଙ୍କ ପେନକିଲର୍ସ ନେବାକୁ ବାଧ୍ୟ ହେଉଥିଲେ । ତେବେ ଏହି ଦାୟିତ୍ୱହୀନତା ପାଇଁ ମହିଳାଙ୍କର ପେଟ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଫଳରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ମୁତାବକ, କଲମ୍ବିଆରୁ ଏଭଳି ଏକ ଘଟଣା ଆସିଛି । ଜଣେ ୩୯ ବର୍ଷୀୟା ମହିଳାଙ୍କ ପେଟ ଭିତରେ ଛୁଞ୍ଚି ସୂତା ରହିଯାଇଥିଲା । ଏହି କାରଣରୁ ସେ ଦୀର୍ଘ ୧୧ ବର୍ଷ ଧରି ଭୀଷଣ ଯନ୍ତ୍ରଣା ଭୋଗି ଆସୁଥିଲେ । ତେବେ ପରେ ଡାକ୍ତର ମହିଳାଙ୍କର ମ୍ୟାଗ୍ନେଟିକ ରିଜୋନାନ୍ସ ଇମେଜିଂ (ଏମଆରଆଇ) କରିବା ପରେ ସତ ସାମ୍ନାକୁ ଆସିଥିଲା । ପେଟରେ ଛୁଞ୍ଚି ଓ ସୂତା ରହିଥିବା ଜଣାପଡ଼ିଥିଲା । ଏହାପରେ ଡାକ୍ତରମାନେ ଅପରେସନ କରି ପେଟ ଭିତରୁ ଛୁଞ୍ଚି ଓ ସୂତାକୁ ବାହାର କରିଥିଲେ ।

ମହିଳାଙ୍କ ମୁତାବକ, ସୁରକ୍ଷାକୁ ଦୃଷ୍ଟିରେ ରଖି ୪ଟି ଶିଶୁ ଜନ୍ମ ହେବା ପରେ ତାଙ୍କର ପେଟ ଅପରେସନ କରାଯାଇଥିଲା । ତେବେ ଅପରେସନ ପରେ ମଧ୍ୟ ପେଟରେ ଯନ୍ତ୍ରଣା କମ୍ ହୋଇନଥିଲା । ତେଣୁ ସେ ପେନକିଲର୍ସ ନେଇ ତାହାକୁ ନିୟନ୍ତ୍ରଣ କରିବା ସହ ସବୁବେଳେ କଷ୍ଟରେ ଜୀବନ ବିତାଉଥିଲେ । ଏପରିକି ଯନ୍ତ୍ରଣା ଏତେ ଅଧିକ ହେଉଥିଲା ସେ ରାତିରେ ଆଦୌ ଶୋଇ ପାରୁ ନଥିଲେ । ଦୀର୍ଘ ୧୧ ବର୍ଷ ଧରି ସେ ଏହି ଯନ୍ତ୍ରଣା ଭୋଗି ଚାଲିଥିଲେ । ଶେଷରେ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିବା ପରେ ସବୁ ସତ ଜଣାପଡ଼ିଥିଲା । ନିଜର ଫାଲୋପିଆନ ଟ୍ୟୁବର ଅପରେସନ ସମୟରେ ଡାକ୍ତରଙ୍କ ଭୁଲ ଯୋଗୁଁ ପେଟ ଭିତରେ ଛୁଞ୍ଚି ଓ ସୂତା ରହିଯାଇଥିଲା । ଏବେ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.