fbpx

ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର; ସ୍ୱତନ୍ତ୍ର ଜର୍ସିରେ ସମ୍ମାନିତ କଲା ଆଇପିଏଲ ଫ୍ରାଞ୍ଚାଇଜି

Advertisement

ନୂଆଦିଲ୍ଳୀ: ଭାରତୀୟ ଅଲିମ୍ପିକ୍ସ ହିରୋ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର ପ୍ରଦାନ କରିଛି ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ । ୪ଥର ଆଇପିଏଲ ବିଜୟୀ ହୋଇଥିବା ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ରବିବାର ନୀରଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଦିଲ୍ଲୀରେ ସିଏସକେ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଏସକେ ସିଇଓ କାଶୀ ବିଶ୍ୱନାଥ ନୀରଜଙ୍କୁ ସମ୍ମାନିତ କରିଥିଲେ । ସିଏସକେ ପକ୍ଷରୁ ନୀରଜଙ୍କୁ ଏକ କୋଟିର ପୁରସ୍କାର ରାଶି ସହିତ ଏକ ସ୍ୱତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା ।

ନୀରଜ ଟୋକିଓ-୨୦୨୦ରେ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ନୀରଜଙ୍କୁ ଜର୍ସି ନମ୍ବର ୮୭୫୮ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ନୀରଜ ଏହି ଜର୍ସିର ଫଟୋକୁ ନିଜର ସୋସିଆଲ ମିଡିଆରେ ଶେୟାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ । ଏହା ସହିତ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ୧୨୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଥିଲେ ନୀରଜ ।

Get real time updates directly on you device, subscribe now.