fbpx

ଇତିହାସ ରଚିଲେ ନୀରଜ ଚୋପ୍ରା: ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ରଚିଲେ ଗୋଲଡେନ ବଏ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ । ଜାଭଲିନ ଥ୍ରୋ’ର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ନୀରଜ ଏହି ରୌପ୍ୟ ଜିତିଛନ୍ତି । ସେହିପରି ରୋହିତ ଯାଦବ ୧୦ନମ୍ବରରେ ରହି ଫାଇନାଲ ରେସରୁ ବାହାର ହୋଇଛନ୍ତି ।

ତେବେ ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି ପଦକ ଜିତିଛନ୍ତି । ଅଞ୍ଜୁ ବ୍ରୋଞ୍ଜ ଜିତିଥିଲା ବେଳେ ନୀରଜ ଚୋପ୍ରା ରୌପ୍ୟ ଜିତିଛନ୍ତି । ତେବେ ଏହି ସିଜିନରେ ନୀଜର ଚୋପ୍ରାଙ୍କ ସାନଦାରତ ପ୍ରଦର୍ଶନ ଥିଲା, ଯାହା ଏବେ ପର୍ଯ୍ୟନ୍ତ ଜାରି ରହିଛି । ଏହି ଷ୍ଟାର ଖେଳାଳି ୨ ଥର ନିଜ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନରେ ସୁଧାର କରିଛନ୍ତି ।

Get real time updates directly on you device, subscribe now.