ନୂଆଦିଲ୍ଲୀ: ଅଲମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଜୁରିଖ୍ ଡାଏମଣ୍ଡ ଲିଗ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଚେକ୍ ଗଣରାଜ୍ୟର ଜାକୁବ ଭାଲ୍ଡେଚ୍ ୮୫.୮୬ ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜର୍ମାନୀର ଜୁଲିଆନ୍ ବେବର ୮୫.୦୪ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଆଜି ନୀରଜଙ୍କ ପ୍ରଥମ ଥ୍ରୋ ୮୦.୭୯ ମିଟର ରହିଥିଲା। ଏହାପରେ ତାଙ୍କର ପରବର୍ତ୍ତୀ ୨ଟି ଯାକ ଥୋ ଫାଉଲ୍ ହୋଇଥିଲା। ଫଳରେ ୩ ରାଉଣ୍ଡ ସୁଦ୍ଧା ସେ ପଞ୍ଚମ ସ୍ଥାନରେ ରହିଥିଲେ। ଚତୁର୍ଥ ପ୍ରୟାସରେ ନୀରଜ ୮୫.୨୨ମିଟର ଦୂର ଜାଭେଲିନ ଫିଙ୍ଗି ପଦକ ପକ୍କା କରି ଦେଇଥିଲେ। ତେବେ ତାଙ୍କର ଅନ୍ତିମ ପ୍ରୟାସ ୮୫.୭୧ ମିଟର ରହିଥିଲା।
Zurich Diamond League Update 💎
World Champion @Neeraj_chopra1 finished 2️⃣nd after registering a best throw of 85.71m in his last attempt⚡
With this throw, Neeraj has also qualified for the Diamond League Final in Eugene scheduled in September 💪🥳
Good Job, Champ👍😎… pic.twitter.com/SoF0cWNjD5
— SAI Media (@Media_SAI) August 31, 2023
ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ସେ ନିଜର ପ୍ରଥମ ପ୍ରୟାସ ଏହି ଦୂରତା ଛୁଇଁଥିଲେ। ବିଶ୍ଵ ଚାମ୍ପିଅନ୍ ଗ୍ରୀସ୍ରେ ମିଲ୍ଟିଆଡିସ୍ ଟେଷ୍ଟୋଗ୍ଲୋ ୮.୨୦ମିଟର ଦୂର କମ୍ପ କରି ସ୍ଵର୍ଣ୍ଣ ପଦକ ଜିତିଥିବାବେଳେ ଜାମାଇକାର ତାଜୟ ଗେଲ ୮.୦୭ମିଟର ସହ ରୌପ୍ୟ ଏବଂ ଆମେରିକାର ଜାରିୟନ ଲସନ୍ ୮.୦୫ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
Zurich Diamond League Update 💎
🇮🇳's Long Jumper and #TOPSchemeAthlete @SreeshankarM finishes 5️⃣th after registering his best jump of 7.99m in his 1️⃣st attempt 👏
World Champion Tentoglou won the last round at 8.20m. Tajay Gayle 🇯🇲 ends second with 8.07m while Jarrion Lawson… pic.twitter.com/a7T8TBEtkA
— SAI Media (@Media_SAI) August 31, 2023