fbpx

ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ନୀରଜ ଚୋପ୍ରା, ମାତ୍ର ୧ ସେମି ପାଇଁ ଚାମ୍ପିୟନରୁ ହେଲେ ବଞ୍ଚିତ

ନୂଆଦିଲ୍ଲୀ: ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଏବଂ ଫାଇନାଲରେ ୮୭.୮୬ ମିଟରର ବେଷ୍ଟ ଥ୍ରୋ କରିଛନ୍ତି। ନୀରଜ ମାତ୍ର ଏକ ସେଣ୍ଟିମିଟର ପାଇଁ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛନ୍ତି। ଗ୍ରେନେଡାର ଖେଳାଳି ନୀରଜଙ୍କଠାରୁ ଅଳ୍ପକେ ଚାମ୍ପିୟନ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ସ୍ଥାନରେ ଗ୍ରେନେଡାର ଆଣ୍ଡରସନ ପିଟର୍ସ ରହିଛନ୍ତି। ସେ ୮୭.୮୭ ମିଟରର ଥ୍ରୋ କରିଛନ୍ତି। ଆଣ୍ଡରସନ ପ୍ୟାରିସ ଅଲିମ୍ପିକ ୨୦୨୪ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ। ଯେଉଁଠାରେ ଭାରତର ନୀରଜ ସିଲଭର ମେଡାଲ ଜିତିଥିଲେ। ପ୍ୟାରିସରେ ଗୋଲ୍ଡ ଜିତିଥିବା ପାକିସ୍ତାନ ଆଥଲେଟ ଅରଶଦ ନଦୀମ ଡାଇମଣ୍ଡ ଲିଗ ଫାଇନାଲରେ ଭାଗ ନେଇନଥିଲେ।

ଡାଇମଣ୍ଡ ଲିଗ ଫାଇନାଲରେ ସମୁଦାୟ ୭ଟି ଜାଭେଲିନ ଥ୍ରୋଅର୍ ଭାଗ ନେଇଥିଲେ। ନୀରଜ ଚୋପ୍ରା ଫାଇନାଲର ପ୍ରଥମ ଥ୍ରୋ ୮୬.୮୨ ମିଟର ପକାଇଥିଲେ। ଏହାପରେ ସେ ଦ୍ୱିତୀୟ ଥ୍ରୋ ୮୩.୪୯ ମିଟରର ଥ୍ରୋ କରିଥିଲେ। ତୃତୀୟ ଥ୍ରୋରେ ସେ କିଛି ଲୟରେ ନଜର ଆସିଥିଲେ ଏବଂ ଏପରି ଲାଗିଥିଲା ଯେପରି ସେ ଚାମ୍ପିୟନ ହେବେ। ସେ ତୃତୀୟ ଥ୍ରୋ ୮୭.୮୬ ମିଟରର ପକାଇଥିଲେ। ଏହି ଥ୍ରୋ କାରଣରୁ ସେ ଦ୍ୱିତୀୟ ନମ୍ବରରେ ପହଞ୍ଚିଥିଲେ। ଏହାପରେ ନୀରଜଙ୍କର ଦୁଇଟି ଥ୍ରୋ ୮୫ ମିଟରରୁ କମ ଥିଲା। ନୀରଜ ଶେଷ ଥ୍ରୋ ୮୬.୪୬ ମିଟରର ପକାଇଥିଲେ।

Get real time updates directly on you device, subscribe now.